News

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

ଶାସକ ଆଫ୍ରିକାନ୍ ନେସ୍ନାଲ୍ କଂଗ୍ରେସର ଆଦେଶକୁ ସମ୍ମାନ ଜଣାଇ ଗତକାଲି ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ପଦରୁ ଜାକୋବ ଜୁମା ଇସ୍ତଫା ଦେଇଛନ୍ତି । ଏଥି ସହିତ ୯ ବର୍ଷର ଜୁମାଙ୍କ ଶାସକୀୟ କ୍ଷମତାର ଅନ୍ତ ଘଟିଛି।

ଦୁର୍ନୀତି ଅଭିଯୋଗ ନେଇ ବହୁ ଦିନରୁ ଆଫ୍ରିକାର ରାଜନୀତିରେ ଆଲୋଚନା ଚାଲିଥିଲା । ଶାସକ ଦଳ ପକ୍ଷରୁ ‘ଆଫ୍ରିକାନ ନ୍ୟାସନାଲ କଂଗ୍ରେସ(ଏଏନ୍ସି)’ ଜୁମାଙ୍କୁ ଇସ୍ଥଫା ଦେବା ପାଇଁ ଚାପ ଦିଆଯାଉଥିଲା । ଦଳ ପକ୍ଷରୁ ନିର୍ଦ୍ଦେଶ ହେବା ପରେ ଜୁମାଙ୍କୁ ଇସ୍ତଫା ଦେବାକୁ ପଡିଛି।

ଜାକୋବ ଜୁମା କହିଛନ୍ତି ଯେ,ମୁଁ ତୁରନ୍ତ ଏହି ସାଧାରଣତନ୍ତ୍ରର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି। ମୋ ସଙ୍ଗଠନର ନେତୃତ୍ୱ ଉପରେ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରୁଥିଲେ ବି, ମୁଁ ସର୍ବଦା ଏଏନ୍‌ସିର ଜଣେ ବାଧ୍ୟ ସଦସ୍ୟ। ଆଜି ତାଙ୍କୁ ଭୋଟ୍‌ ଯୋଗେ ବହିଷ୍କୃତ କରିବ ବୋଲି ଶାସକ ଦଳ କହିଛି। ସେ ଆଉ ମଧ୍ୟ କହିଛନ୍ତି ମୋ ଯୋଗୁଁ କୌଣସି ଜୀବନ ହାନି ଘଟିବା ଅନୁଚିତ। ମୋ ଯୋଗୁଁ ଏନ୍‌ଏସି ବିଭାଜିତ ନ ହେଉ।

ଚାରିଜଣ ପତ୍ନୀ ଥିବା ୭୫ ବର୍ଷିୟ ଜୁମା ପ୍ରାୟ ଏକ ଦଶନ୍ଧି ଧରି ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ଚାଲିଥିଲେ। ବିଦାୟକାଳୀନ ସମାରୋହରେ ଜୁମା ଦଳର ଆଦେଶକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି । ମାତ୍ର ଏଏନସିର ନିଷ୍ପତ୍ତି ସହିତ ସେ ସହମତ ହୋଇ ନାହାଁନ୍ତି । ଏହି ଅବସରରେ ଜୁମା ୩୦ ମିନିଟ ପର୍ଯ୍ୟନ୍ତ ବିଦାୟୀ ଭାଷଣ ଦେଇଥିଲେ । ରାଷ୍ଟ୍ରପତି ପଦରୁ ହଠାନ ଓହରିଯିବାକୁ ମୁଁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି।

ପଢନ୍ତୁ;

ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ : ପୂର୍ବତନ ଛାତ୍ରଙ୍କ ଗୁଳିରେ ୧୭ଜଣଙ୍କ ମୃତ୍ୟୁ

Related posts

ବିନା ସୁଧରେ ମହାରାଷ୍ଟ୍ରକୁ ୫୦୦ କୋଟି ଋଣ ଦେଲା ଶିରିଡ଼ି ଟ୍ରଷ୍ଟ

ENO Beuro

ରାଜଧାନୀରେ ଲୋମଟଙ୍କୁରା ହତ୍ୟାକାଣ୍ଡ:ପ୍ରେମିକାଙ୍କୁ ହତ୍ୟା,ଚନ୍ଦକାରୁ ମିଳିଲା ଗଣ୍ଡି, ଖଣ୍ଡଗିରିରୁ ମୁଣ୍ଡ

ENO Beuro

ଭିଜିଲାନ୍ସ ଜାଲରେ ଫସିଲେ ଡ଼ାକ୍ତରାଣୀ

ENO Beuro

1 comment

Leave a Comment