22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଚତୁର୍ଥ ଥର ପାଇଁ ED ପଚରାଉଚରାରେ ସାମିଲ ହେଲେନି ଜ୍ୟାକଲିନ୍

ବାରମ୍ବାର ସମନ ପରେ ବି ଇଡିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ରେ ହାଜର ହେଉନାହାଁନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ।୨୦୦ କୋଟି ଟଙ୍କା ଠକେଇ ଘଟଣାରେ କୋନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ପାଇଥିବା ସମନ୍‌କୁ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜି ଚତୁର୍ଥ ଥର ଏଡ଼ାଇ ଦେଇଛନ୍ତି।ଗତ ଶୁକ୍ରବାର ଓ ଶନିବାର ଦିନ ମଧ୍ୟ ସେ ‘ଇଡି’ର ପଚରାଉଚରା ଏଡ଼ାଇ ଦେଇଥିଲେ। କେତେକ ବୃତ୍ତିଗତ ଦାୟବଦ୍ଧତା କାରଣରୁ ତଦନ୍ତରେ ଯୋଗ ଦେବାକୁ ଅସମର୍ଥା ବୋଲି ସେ ତଦନ୍ତକାରୀମାନଙ୍କୁ ସୂଚନା ଦେଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ଆଜି ହାଜର ହେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଥିଲା।

 

ଆସନ୍ତା ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ପଚରା ଉଚରା ସ୍ଥଗିତ ରଖିବା ଲାଗି ସେ ‘ଇଡି’ ଅଧିକାରୀମାନଙ୍କୁ ଗତକାଲି ଅନୁରୋଧ କରିଥିଲେ। କିନ୍ତୁ, ଅଧିକାରୀମାନେ ଯଥାଶୀଘ୍ର ସମ୍ଭବ ତାଙ୍କୁ ପଚରା ଉଚରା କରିବାକୁ ଚାହାଁନ୍ତି।କେତେକ ବ୍ୟକ୍ତିଗତ ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ସେ ହାଜର ହୋଇ ପାରୁନାହାନ୍ତି ବୋଲି ଶୁକ୍ରବାର ଦିନ ସେ ‘ଇଡି’ ଅଧିକାରୀମାନଙ୍କୁ କହିଥିଲେ।ପୂର୍ବରୁ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସରେ ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାକ୍ୟୁଲିନ୍‌ଙ୍କ ବୟାନ ରେକର୍ଡ କରିଥିଲା। ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖର, ତାଙ୍କ ପତ୍ନୀ ଲୀନା ଏବଂ ଅନ୍ୟ ୬ଜଣ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତରେ ଅଛନ୍ତି।

ପଢନ୍ତୁ: ବିଜେପିର ସାଂସଦ ପଦରୁ ଇସ୍ତଫା ଦେବେ ବାବୁଲ ସୁପ୍ରିୟୋ

Related posts

ପାର୍ବତ୍ୟାଞ୍ଚଳକୁ ବଳିଗଲା ଦିଲ୍ଲୀ ଶୀତ

Ratnamani Maharana

ବସରେ ଲାଗିବ ‘ଆଣ୍ଟି ସ୍ଲିପ ଡିଭାଇସ’, ଏଣିକି ଚାଳକ ଅସାଵଧାନ ହେଲେ ବାଜି ଉଠିବ ସାଇରନ

Ratnamani Maharana

କାଲି ସନ୍ଧ୍ୟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ୨୬ରୁ ପୁଣି ବର୍ଷିବ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More