Entertainment

ବିପଦରେ ଜ୍ୟାକଲିନ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ଜ୍ୟାକଲିନଙ୍କ ହସିବା ଫଟୋ ସୋଶିଆଲ ମିଡିଆରେ

ଜ୍ୟାକଲିନଙ୍କୁ ତିରସ୍କାର

ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସି ବିପଦରେ ପଡିଯାଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ । ବୁଧବାର ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ କରିବାକୁ ଅନେକ ବଲିଉଡ୍‌ କଳାକାରଙ୍କ ଭିତରେ ଜାକ୍‌ଲିନ୍‌ ବ ଦେଖା ଦେଇଥିଲେ। ସେ ଯେତେବେଳେ ଅନ୍ତିମ ସଂସ୍କାରରେ ପହଂଚିଥିଲେ, କାରରୁ ଓହ୍ଲାଇବା ପରେ ହସି ହସି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ଜ୍ୟାକଲିନଙ୍କ ହସ ରହିଯାଇଥିଲା କ୍ୟାମେରାରେ ଓ ତାପରେ ସୋଶିଆଲ ମିଡିଆରେ ସେ ଖୁବ ପରିହାସର ପାତ୍ର ହୋଇଛନ୍ତି ।

ସାରା ବଲିଉଡ ସହିତ ସମସ୍ତ ଫ୍ୟାନ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ । ଏମିତି ଶୋକାକୁଳ ପରିବେଶରେ ଜ୍ୟାକଲିନଙ୍କ କିଛି ଫଟୋ ସୋଶିଆଲ ମିଡିଆରେ ହୋଇଯାଇଥିଲା ଭାଇରାଲ, ଯେଉର୍ଠି ସେ ହସୁଥିବାର ନଜର ଆସିଛନ୍ତି । କିନ୍ତୁ ତାଙ୍କର ଏପରି ବ୍ୟବହାର ଲୋକଙ୍କୁ ପସନ୍ଦ ଆସିନଥିବାର ଦେଖା ଦେଇଛି ।

ସେଲିବ୍ରେସନ୍‌ ସ୍ପୋର୍ସ କ୍ଲବ୍‌ ସମ୍ମୁଖର ଏହି ଫଟୋ ଏବେ ବେଶ୍‌ ଚର୍ଚ୍ଚା ହୋଇଛି। ତେବେ, ଜାଣିବାକୁ ମିଳିଛି ଯେ ଜାକ୍‌ଲିନ୍‌ ତାଙ୍କ ସହକର୍ମୀଙ୍କୁ ଦେଖି ଅଭିବାଦନ ଜଣାଇବା ଉଦ୍ଦେଶ୍ୟରେ ହସିଥିବା ବେଳେ ଫଟୋଟି କଏଦ୍‌ ହୋଇଛି। କଥା ଉଠୁଛି କି ଯଦି ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ଜାକ୍‌ଲିନ୍‌ ଟିକେ ବି ଦୁଃଖି ନଥିଲେ, ଶ୍ରୀଦେବୀଙ୍କ ପ୍ରତି ସମ୍ମାନ ନଥିଲା କି ଶ୍ରୀଦେବୀଙ୍କ ପରିବାର ପ୍ରତି ସମବେଦନା ନଥିଲା ତ ସେ ସେଠାକୁ ଯାଉଥିଲେ କାହିଁକି ?

ଜାକ୍‌ଲିନ୍‌ଙ୍କର ଏହି ହସ ବେଳର ଫଟୋ ଭାଇରାଲ୍‌ ହେବା ପରେ ବହୁ ଟୁଇଟର୍‌ ବ୍ୟବହାରକାରୀ ଜ୍ୟାକ୍‌ଙ୍କୁ ତିରସ୍କାର କରିଛନ୍ତିି।

ପଢନ୍ତୁ ;

ଏହି ସବୁ ଖାଦ୍ୟ ଆପଣଙ୍କ ଓଜନକୁ ବୃଦ୍ଧି କରେ ଓ ବୟସ୍କ ଦିଶିବାର କାରଣ ବନିଥାଏ

Related posts

ଫେସ୍‌ବୁକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଅମିତାଭ !

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ରେ ପରେଶ ରାଓ୍ବଲ !

ENO Beuro

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More