News

ଯଦୁନାଥ ଦାଶମହାପାତ୍ରଙ୍କ ପରଲୋକ

jadunath

ବିଶିଷ୍ଟ ସାରସ୍ଵତ ସାଧକ,ସଫଳ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାଶମହାପାତ୍ରଙ୍କ ଆଜି ପରଲୋକ ହୋଇଛି। ଅସୁସ୍ଥତା ଯୋଗୁଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ୯୦ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ଗତ କିଛି ଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ଉଭୟ ରାଜନୀତି ଓ ସାରସ୍ୱତ ସାଧନା କ୍ଷେତ୍ରରେ ସଫଳତାର ପଦଚିହ୍ନ ରଖିଥିବା ଏହି ପ୍ରବୀଣ ଜନନେତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ବାଲେଶ୍ୱର ଜିଲା ସୋର ବ୍ଲକର କୁଡ଼େଇ ଗ୍ରାମରେ ଏକ ଜମିଦାର ପରିବାରରେ ୧୯୨୯ ମାର୍ଚ୍ଚ ୧ ତାରିଖରେ ଶ୍ରୀ ଦାଶମହାପାତ୍ରଙ୍କ ଜନ୍ମ। ବାପା ରାଜନାରାୟଣ ଦାଶମହାପାତ୍ର ଓ ମା’ ରାସମଣି ଦେବୀ। ରେଭେନ୍ସା ଓ କଲକାତା ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ ଶ୍ରୀ ଦାଶମହାପାତ୍ର ଜଣେ ଛାତ୍ରନେତା ଭାବେ ପରିଚିତ ଥିଲେ। ସେ କଲକାତା ଉତ୍କଳ ଛାତ୍ର ସଂଘର ସଭାପତି ଥିଲେ।

jadunath

ଶ୍ରୀ ଯଦୁନାଥ ଦାଶମହାପାତ୍ରଙ୍କ ମୃତଦେହ ସନ୍ଧ୍ୟାରେ ଆଇଆର୍‍ସି ଭିଲେଜ ଭିଆଇପି କଲୋନୀସ୍ଥିତ ବାସଭବନକୁ ଅଣାଯିବା ପରେ ବହୁ ରାଜନୈତିକ ବ୍ୟକ୍ତିତ୍ୱ, ସାହିତ୍ୟ ସାଧକ ଶେଷ ଦର୍ଶନ କରିଥିଲେ। ବୁଧବାର ଜନ୍ମମାଟିକୁ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ। ଶ୍ରୀ ଦାଶମହାପାତ୍ରଙ୍କ ବିୟୋଗରେ ଉଭୟ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

ପଢନ୍ତୁ;୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

Related posts

ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ

ENO Beuro

ରେଳ ଯାତ୍ରୀ ଙ୍କ ପାଇଁ ନୂଆ ନିୟମ, ଯାତ୍ରୀମାନଙ୍କର ଶୋଇବା ସମୟରୁ ୧ ଘଣ୍ଟା କଟିଲା

ENO Beuro

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

Ratnamani Moharana

1 comment

Leave a Comment