News

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର – ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର - ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

ପୁଣି ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଆସିଲା ଖୁସି ଖବର । ମା’ କୋଳରେ ଜଗା । ଆଇସିୟୁର ବାହାରିବା ପରେ ସେ ସାଧାରଣ ୱାର୍ଡ଼ରେ ମା’ କୋଳରେ ଶୋଇଛି। ବଳିଆଠୁଁ ଜଗା ଅଲଗା ହେବା ପରେ ପ୍ରଥମ ଥର ପାଇଁ ମାଆ କୋଳରେ ବସିଛି । ସାଧାରଣ ୱାର୍ଡ଼କୁ ଆସିବା ପରେ ଜଗାର ଆଖି ପରୀକ୍ଷା କରାଯାଇଛି। ଆଖି ଠିକ ଥିବା ଏମ୍‌ସ ଡାକ୍ତର ଟିମ୍‌ କହିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା।

ସେପଟେ ବଳିଆର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ଆଜି ବଳିଆକୁ ନେଇ ମଧ୍ୟଭଲ ଖବର ଆସିଛି । ଅପରେସନ ପରେ ଜଗାର ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଆସିଥିଲେ ମଧ୍ୟ ବଳିଆ କ୍ଷେତ୍ରରେ ଏହା ଦେଖାଯାଇନଥିଲା । ଏବେ ବଳିଆ ଧିରେଧିରେ ସଙ୍କଟଜନକ ସ୍ଥିତିକୁ ଅତିକ୍ରମ କରିବାରେ ଲାଗିଛି।

ସେ କହିଛନ୍ତି-“ ବଳିଆର ସ୍ୱାସ୍ଥ୍ୟ ଉନ୍ନତି ହେଉଛି। କିଛି ଦିନ ତଳେ ବଳିଆ ର ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । କୋଏମ୍ୱାଟୋରରୁ ଆସିଥିବା ବିଶେଷଜ୍ଞ ଡାକ୍ତର ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରିଥିଲେ ।  ଆଜି ତାକୁ ଆଇସିୟୁର ସାଧାରଣ ୱାର୍ଡ଼କୁ ଅଣାଯାଇଛି । ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।”

ଅକ୍ଟୋବର ୨୫ରେ ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ନୂଆଦିଲ୍ଲୀର ଏମ୍‌ସର ନ୍ୟୁରୋ ସାଇନ୍ସ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ । ଦୀର୍ଘ ୧୮ ଘଣ୍ଟାର ନନ୍‌ଷ୍ଟପ୍‌ ଅପରେସନ ପରେ ଜଗା ଓ ବଳିଆ ଅଲଗା ହେଲେ।

ଏହା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ବି ସାମିଲ ହୋଇଥିଲେ ।

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର - ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

ପଢନ୍ତୁ,  ଜିରୋ ବାଲାନ୍ସ ରେ ଖାତା ଖୋଲନ୍ତୁ ଓ ବହୁ ସୁବିଧାର ଲାଭ ଉଠାନ୍ତୁ

Related posts

ବାର୍ଡ ଫ୍ଲୁ ପ୍ରଭାବରେ ୫୦ରୁ ଅଧିକ ଗ୍ରାମ, କୁକୁଡା ମରା ସଂଖ୍ୟା ୧୨ ହଜାର ଟପିଲା

ENO Beuro

ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

ENO Beuro

କାରରେ ଉଠାଇନେଇ ଗଣବଳତ୍କାର,ଜଣକୁ ଅଟକ ରଖି ପୁଲିସର ତନାଘନ

ENO Beuro

3 comments

Leave a Comment