• Home
  • News
  • ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା
News

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା

ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା-ବଳିଆ

ଫେର୍ବୁଆରୀ ମାସ ଶେଷ ସପ୍ତାହରେ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ କରିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରାଯିବା ପରେ ହିଁ ଡିସ୍‌ଚାର୍ଜ ସମ୍ପର୍କିତ ପ୍ରକୃତ ତାରିଖ ଘୋଷଣା କରାଯିବ । ଏମ୍‌ସରୁ ଗଲା ପରେ ଦୁଇ ଶିଶୁ ତୁରନ୍ତ ଓଡ଼ିଶା ଫେରିବେ ନାହିଁ । ତେଣୁ ସେମାନଙ୍କୁ ଅନ୍ୟୂନ ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି ।

ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ବର୍ତ୍ତମାନ ସୁଦ୍ଧା ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ଡାକ୍ତରୀଦଳ ଅନୁଧ୍ୟାନ ଜାରି ରଖିଛନ୍ତି। ବଳିଆ ଆଖି ଖୋଲୁଛି ଓ ଗୋଡ଼ ହାତ ହଲାଉଥିବା ବେଳେ ଅନ୍ୟ କୌଣସି କାର୍ଯ୍ୟ ସ୍ୱତଃପ୍ରବୃତ କରିପାରୁ ନାହିଁ। ଏବେ ବି ସେ ନଳୀ ଯୋଗେ ତରଳ ଖାଦ୍ୟ ଖାଉଛି।

ତେଣୁ ଏହିମାସ ଶେଷ ସୁଦ୍ଧା ବଳିଆର ସ୍ୱାସ୍ଥ୍ୟାବସ୍ଥାକୁ ନିରୀକ୍ଷଣ କରାଯିବା ପରେ ହିଁ ଡିସ୍‌ଚାର୍ଜ ତାରିଖ ସ୍ପଷ୍ଟ ହେବ। ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ , ଜଗା-ବଳିଆଙ୍କ ଦେଖାଶୁଣା କରିବା ପାଇଁ ଓଡ଼ିଶା ନିବାସରେ ଜଣେ ସେବିକାଙ୍କୁ ମଧ୍ୟ ନିଯୁକ୍ତ କରାଯିବ। ତିନିମାସ କାଳ ଦିଲ୍ଲୀରେ ରହି ନିୟମିତ ଚେକ୍‌ଅପ୍‌ ପରେ ବଳିଆକୁ ସମ୍ଭବତଃ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯିବ। ଏ ସମ୍ପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଭୁବନେଶ୍ୱର ଏମ୍ସ ସହ ମଧ୍ୟ ଆଲୋଚନା  ମଧ୍ୟ କରିଛନ୍ତି।

ଏମ୍‌ସ ଛାଡ଼ିବେ ଜଗା-ବଳିଆ ! ତିନି ମାସ ପାଇଁ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ରଖିବା ପାଇଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା jagabalia 1

ପଢନ୍ତୁ;

ଦେଶର ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ନବୀନ

Related posts

ଦୁଷ୍କର୍ମ ଉଦ୍ୟମ ବେଳେ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

Krishna Kumar Manoj

ଭୁବନେଶ୍ଵର ବିମାନ ବନ୍ଦରକୁ ଧମକ:‘ହ୍ୟାଲୋ ! ମୁଁ ପରିଡା କହୁଛି… ମୋ ଗଞ୍ଜେଇ ଛାଡିଦେ ,ନହେଲେ ଦେଖିବୁ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More