• Home
  • News
  • ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା
News

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଗାର ସ୍ଵାସ୍ଥ୍ୟରେ ଆଜି ଆହୁରି ସୁଧାର ଆସିଛି । ଆଖି ଖୋଲିଛି ସେ । ହେଲେ ଏବେ ସେ କାହାକୁ ଚିହ୍ନି ପାରୁନି । ଏଥିପାଇଁ ଆହୁରି ୩/୪ ଦିନ ଲାଗିବା ବୋଲି ଡାକ୍ତର ମାନେ ସୂଚନା ଦେଇଛନ୍ତି । ତେବେ ବଳିଆର ସ୍ୱାସ୍ଥ୍ୟ ଏବେବି ଉଦ୍ବେଗଜନକ ରହିଛି । ଅସ୍ତ୍ରୋପଚାରର ସପ୍ତାହକ ପରେ ମଧ୍ୟ ଚେତା ଫେରି ପାଉନି । ଦୁଇ ଭାଇଙ୍କ ସ୍ୱାସ୍ଥ୍ୟ ବୁଝିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଦିଲ୍ଲୀ ଯିବେ ।

ଗତକାଲି ଶ୍ରୀ ଜେନା କହିଛନ୍ତି ଯେ, ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସବୁ ଖବର ରଖିଛୁ । ନୂଆଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ରହିଛୁ । ଆସନ୍ତାକାଲି ମୁଁ ନିଜେ ଏମ୍ସ ଜୀବି । ଚିକିସ୍ଛା କରୁଥିବା  ଡାକ୍ତରୀ ଦଳକୁ ଭେଟି ଦୁଇ ଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବି । ଆଗାମୀ ଦିନରେ କ’ଣ ପଦକ୍ଷେପ ନିଆଯିବ ସେ ନେଇ ବିସ୍ତୃତ ଭାବେ ଡାକ୍ତରଙ୍କ ସହ ଆଲୋଚନା ହେବ ।

କାଲି ଜାଗା-ବଳିଆଙ୍କ ମା’ ଜଗାକୁ ଡାକିଲା ପରେ ଆଖିଖୋଲିଲା । କିନ୍ତୁ ଚିହ୍ନି ପାରିଲାଣି । ବଳିଆକୁ ଡାକିଳାରୁ ସେ ଶୁଣିଲାନି ବୋଲି ଦୁଇଭାଇଙ୍କ ବାପା ଭୁବନ କଅଁର କହିଛନ୍ତି । ଡାକ୍ତର ବାବୁ କହୁଛନ୍ତି, ଶୀଘ୍ର ସବୁ କିଛି ଠିକ ହେଇଯିବ ।

 

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା   ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

Related posts

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

Krishna Kumar Manoj

KISS In Guinness Book Of Records, For Attending Largest Laughter Yoga Class

Krishna Kumar Manoj

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଙ୍କ ଦ୍ଵିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ବିଳମ୍ଭ ଘଟିପାରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More