News

ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍ବର, କାରଣ ଖୋଜୁଛନ୍ତି ବିଶେଷଜ୍ଞ ଦଳ

Jaga Balia Story New Thumbnail 750x430

ଜଗା  ଖେଳୁଛି । କଟକ ବଡ ମେଡିକାଲ ୱାର୍ଡ ବାହାରେ ବୁଲୁଛି ଓ ଲୋକଙ୍କ ସହ କଥା ବି ହେଉଛି । କିଛିଟା ଦୁଷ୍ଟାମି କରୁଛି । କିନ୍ତୁ ବଳିଆ ଆଇସିୟୁରେ । କିନ୍ତୁ ବଳିଆ ଆଇସିୟୁରେ । ଆଜି ବିଶେଷଜ୍ଞ ଡାକ୍ତରୀ ଦଳ ବଳିଆର ଆଖି ପରୀକ୍ଷା କରିଥିଲେ। ବଳିଆର ବାମ ଆଖିର ପତା ପଡୁନି। ଶୋଇଲେ ମଧ୍ୟ ଆଖି ଅଳ୍ପ ଖୋଲାରହୁଛି। ଦିଲ୍ଲୀ ଏମ୍‌ସରେ ଥିବାବେଳଠାରୁ ଏହି ସମସ୍ୟା ରହିଛି। ଏମ୍‌ସ ଡାକ୍ତରୀ ଦଳ ମଲମ ଲଗାଇ ଶୋଇବାକୁ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ବଳିଆର ଆଖି ଚିକିତ୍ସା ଚାଲିବ। ସ୍ବଚ୍ଛପଟଳର ତଳଭାଗରେ ଦାଗ ରହିଛି। ଆଖି ଏଭଳି ଖୋଲା ରହିଲେ ଏକ ଦାଗ ପଡିଥାଏ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ଜଣାପଡିଛି।

ଚନ୍ଧୁ ବିଶେଷଜ୍ଞଙ୍କ ସହ ପଲ୍ୟୁମୁନାରି ମେଡିସିନ୍, ନ୍ୟୁରୋଲୋଜି, ନ୍ୟୁରୋସର୍ଜରି ବିଭାଗ ବିଶେଷଜ୍ଞ ଡାକ୍ତରଙ୍କ ସହ ଅଧୀକ୍ଷକ ପ୍ରମୁଖ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ବଳିଆକୁ ଜ୍ବର ଆସୁଥିବା ଓ ପୁଣି ଜ୍ବର ଛାଡି ଯାଉଥିବାରୁ ଏହା ଚିନ୍ତାର ବିଷୟ ହୋଇଛି । ଯାହାକୁ ନେଇ ଏମ୍‌ସ ଡାକ୍ତରୀ ଦଳ  ଓ ଏସ୍‌ସିବିରେ ବିଶେଷଜ୍ଞ ଦଳଙ୍କ ଭିତରେ ଆଜି ପୁଣି ଆଲୋଚନା କରାଯାଇଥିଲା । ଖୁବ୍‌ଶୀଘ୍ର ଏମ୍‌ସ ବିଶେଷଜ୍ଞ ଦଳ ଓ ଏସ୍‌ସିବି ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଏକ ହ୍ବାଟସ୍‌ ଅପ୍ ଗ୍ରୁପ୍ ତିଆରି କରାଯିବ । ସେଥିରେ ଚିକିତ୍ସା ସଂପର୍କରେ ବିଚାର ବିମର୍ଶ କରାଯିବ । ଏମ୍‌ସର ନର୍ସିଂ କର୍ମଚାରୀ ହେଉ ବା ଡାକ୍ତର କେହି ବି ଭୁଲିପାରୁନାହାନ୍ତି ଜଗା-ବଳିଆଙ୍କୁ । ସେମାନେ ଅନେକ ସମୟରେ ଭିଡିଓ କଲ୍ କରି କଥା ହେଉଛନ୍ତି ଜଗା ସହିତ ।

କଟକ ବଡ଼ ମେଡିକାଲ୍‌ରେ ଜଗା-ବଳିଆ ଶନିବାର ଦିନ ଭର୍ତ୍ତି ହେବା ପରଠାରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ସମସ୍ତଙ୍କ ନଜର ରହିଛି । ଏସ୍‌ସିବିରେ ସେମାନଙ୍କ ଚିକିତ୍ସା ପାଇଁ ଗଠିତ ହୋଇଥିବା ୧୪ଜଣିଆ ବିଶେଷଜ୍ଞ ଦଳ ପ୍ରତି ଘଣ୍ଟା ବ୍ୟବଧାନରେ ସେମାନଙ୍କ ସ୍ଥିତି ତଦାରଖ କରୁଛନ୍ତି ।ଗତକାଲି ସକାଳେ ବଳିଆକୁ ୧୦/୧୫ମିନିଟ୍‌ ପାଇଁ ଜ୍ବର ଆସିଥିଲା । ପୁଣି କମିଯାଇଥିଲା । ତେବେ କଣ ପାଇଁ ବାରମ୍ବାର ଜ୍ବର ଆସୁଛି, ତାର କାରଣ ଖୋଜାଯିବ ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ସିବିକେ ମହାନ୍ତି  ସୂଚନା ଦେଇଛନ୍ତି ।

ପଢନ୍ତୁ: ଅଭିନେତା ବାବୁସାନଙ୍କ ଗାଡି ଧକ୍କାରେ ଯୁବକ ଗୁରୁତର

Related posts

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

ENO Beuro

ସରକାରଙ୍କ ଷଷ୍ଠ ତଥା ଅନ୍ତିମ ବଜେଟ ସଂସଦରେ ପାସ

ENO Beuro

ଆମେରିକୀୟ ଧାରାବାହିକ ‘କ୍ୱାଣ୍ଟିକୋ’ ପାଇଁ କ୍ଷମା ମାଗିଲେ ପ୍ରିୟଙ୍କା!

ENO Beuro

1 comment

ସପ୍ତାହେ ହେବ ପାଣି ଘେରରେ ରହିଛନ୍ତି ବାବା ଲୋକନାଥ September 10, 2019 at 1:42 pm

[…] ଜଗା ଖେଳୁଛି, ହେଲେ ହଠାତ୍ ବଳିଆକୁ ଆସୁଛି ଜ୍… […]

Leave a Comment