News

ଖୁବଶୀଘ୍ର ଜଗା-ବଳିଆ ଓଡିଶା ଫେରିବେ !

ଖୁବଶୀଘ୍ର ତାଙ୍କ ଜନ୍ମ ସ୍ଥାନ ଓଡିଶାକୁ ଫେରିବେ

ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ସଫଳତାର ସହ ଅପରେସନ ହେବାର ୮ ମାସ ପରେ ଜଗା – ବଳିଆ ଖୁବଶୀଘ୍ର ଓଡିଶା ଫେରିବେ ବୋଲି ଜଣାପଡିଛି । ଜଗା ବଳିଆଙ୍କ ଅପରେସନ କରିଥିବା ଜଣେ ଡାକ୍ତର କହିଛନ୍ତି , ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟରେ ବ୍ୟାପକ ସୁଧାର ଘଟିଛି । ଖୁବଶୀଘ୍ର ତାଙ୍କ ଜନ୍ମ ସ୍ଥାନ ଓଡିଶାକୁ ଫେରିଯିବା ସକାଶେ ପ୍ରସ୍ତୁତି କରାଯାଉଛି ।

ଉଭୟ ଶିଶୁ ଜଗା ବଳିଆ ସ୍ଵାଭାବିକ ଭାବେ ଖାଦ୍ୟ ଖାଉଛନ୍ତି । ଖେଳା ଖେଳି କରିବା ଠାରୁ ଆରମ୍ଭ କରି ଅନ୍ୟ ଶିଶୁଙ୍କ ପରି ସେମାନେ ସ୍ଵାଭାବିକ ଭାବେ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ବାପା ମା ମଧ୍ୟ ଉଭୟ ଶିଶୁଙ୍କୁ ଦେଖି ବହୁତ ଆନନ୍ଦିତ ଅଛନ୍ତି । ଜଗା ବଳିଆ ଜଲ୍ – ଦି ସୁସ୍ଥ ହୋଇ ଘରକୁ ଆସିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ , ଗତ ବର୍ଷ ଏମସରେ ଉଭୟ ଶିଶୁ ଜଗା – ବଳିଆ ଯୋଡା ମୁଣ୍ଡ ହୋଇ ଭର୍ତି ହୋଇଥିଲେ । ଏମସର ପୂର୍ବତନ ନ୍ୟୁର ସର୍ଜନ ଅଶୋକ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଉଭୟ ଶିଶୁଙ୍କ ଅପରେସନ ସଫଳତାର ସହ ହୋଇଥିଲା । ବିଶ୍ଵର ମେଡିକାଲ ଇତିହାସରେ ଏହାକୁ ବିରଳ ଅପରେସନର ଆଖ୍ୟା ଦିଆଯାଇଥିଲା ।

ଖୁବଶୀଘ୍ର ଜଗା-ବଳିଆ ଓଡିଶା ଫେରିବେ ! 27544675 393700301057081 7720266091644961251 n 1

ପଢନ୍ତୁ ;

୩ ମାସ ମଧ୍ୟରେ ମହାନଦୀ ନୀତି ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ !

Related posts

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

Krishna Kumar Manoj

କନ୍ଧମାଳର ଯାଆଁଳା ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଆରମ୍ଭ, ୪୦ ଜଣିଆ ଡାକ୍ତରୀ ଟିମ୍ ସାମିଲ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More