News

ଜଗା ଭେଣ୍ଟିଲେଟରରୁ ବାହାରିଲା, ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

ଗତକାଲି ଜଗା କୁ ଭେଣ୍ଟିଲେଟରରୁ କଢାଯିବା ପରେ ତାର ସ୍ୱାସ୍ଥ୍ୟବସ୍ଥା ଲଗାତାର ସୁଧାର ହେଉଥିବା ଏମ୍ସ ସୁତ୍ରରୁ ଜଣାପଡ଼ିଛି । ଜଗାର ରକ୍ତଚାପ, ହୃଦକ୍ରିୟା, ସ୍ନାୟୁ ସଂଚାଳନ ତଥା ଅକ୍ସିଜେନ ସାଚୁରେସନ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ଠିକ୍‌ଥିବାର କୁହାଯାଇଛି । ଭେଣ୍ଟିଲେଟରରୁ କଢାଯିବା ପରେ ଜଗା ବର୍ତ୍ତମାନ ଆଇସିୟୁରେ ଅଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଡାକ୍ତରୀଦଳ ଜଗାର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୁଟିନ୍‌ ୧୦ଟି ପରୀକ୍ଷା କରିଥିଲେ। ସ୍ୱାଭାବିକ ନିଶ୍ୱାସ ପ୍ରଶ୍ୱାସ ସହ ତାର ସ୍ୱାସ୍ଥ୍ୟରେ ଆଶାନୁରୂପ ପ୍ରଗତି ହେଉଥିବାର ସଙ୍କେତ ମିଳିଛି । ଆଗାମୀ ଦୁଇଦିନ ଜଗାର ସ୍ୱାସ୍ଥ୍ୟ ଉପରେ ନଜର ରଖାଯିବ ଓ ଏଭଳି ସ୍ଥିତି ଜାରି ରହିଲେ, ତାକୁ ସାଧାରଣ ଓ୍ଵାର୍ଡକୁ ସ୍ଥାନାନ୍ତରିତ କରାଯିବା ନେଇ ଯୋଜନା ରହିଛି।

ଜଗାର ସମ୍ମୁଖରେ ଯଦି କେହି କଥା ହେଉଛନ୍ତି, ସେମାନଙ୍କୁ ଜଗା ଦେଖୁଥିବାର ମଧ୍ୟ କୁହାଯାଉଛି । ଜଗାକୁ ଆଜି ପାଟିଦ୍ୱାରା ତରଳପଦାର୍ଥ ସହ କଦଳୀ ଚକଟା ଖାଇବାକୁ ଦିଆଯାଇଥିଲା ଯାହାର ସଫଳ ପ୍ରୟୋଗ ହୋଇଥିବାର କୁହାଯାଇଛି ।

ଅପରପକ୍ଷେ ସ୍ୱତନ୍ତ୍ର ଆଇସିୟୁର ଭେଣ୍ଟିଲେଟରରେ ଥିବା ବଳିଆର ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ତେବେ ସେ ମଝିରେ ମଝିରେ ଗୋଡ ହଲଉଛି । ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍‌ର ୧୭ ଦିନିଆ କ୍ରିଟିକାଲ ପିରିୟଡର ଅବଧି ଶେଷ ହୋଇନଥିବାରୁ ଡାକ୍ତରମାନେ ତାର ସ୍ୱାସ୍ଥ୍ୟରେ ଖୁବ୍‌ ଶୀଘ୍ର ସୁଧାର ଆସିବ ବୋଲି ଆଶାବାଦୀ ଅଛନ୍ତି ।

ଜଗାର ସ୍ୱାସ୍ଥ୍ୟବସ୍ଥାରେ ଅଧିକ ପରିବର୍ତ୍ତନ, ଡାକ୍ତରଙ୍କ କଥା ବୁଝୁଛି ଓ ଗୋଡ ହାତ ହଲାଉଛି  ଜଗା ଭେଣ୍ଟିଲେଟରରୁ ବାହାରିଲା,  ବଳିଆ ଉପରେ ଡାକ୍ତରଙ୍କ ବିଶେଷ ନଜର

Related posts

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ଅଧ୍ୟାପକ ପୁଞ୍ଜିଲାଲ ଗିରଫ,ପୁଞ୍ଜିଲାଲଙ୍କ ଘରୁ ଜବତ ହେଲା ବୋମା ପାଇଁ ଆସିଥିବା ବାଣ ବାରୁଦ

ENO Beuro

ନନ୍ଦନକାନନରେ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି , ଉତ୍କଳ ଦିବସରୁ ଲାଗୁ 

ENO Beuro

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା,ଯାତାୟାତ ଠପ୍‍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More