News

ଜୁନ୍‌ରେ ଓଡ଼ିଶା ଫେରିବେ ଜଗା-କାଳିଆ

Jk

ଦୀର୍ଘ ଦୁଇ ବର୍ଷ କାଳ ଦିଲ୍ଲୀ ଏମ୍ସରେ ଚିକିତ୍ସା ପରେ ଓଡିଶା ଫେରିବା ଆଶାରେ ଓଡିଶାର ବହୁ ଚର୍ଚ୍ଚିତ ଶିଶୁ ଜଗା-କାଳିଆ। ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ଆଇସିୟୁ କିମ୍ବା ସ୍ୱତନ୍ତ୍ର ଭାବେ ଯତ୍ନ ନେବାର ଆବଶ୍ୟକ ନାହିଁ ବୋଲି ଦିଲ୍ଲୀ ଏମ୍ସର ଡାକ୍ତର ସୂଚନା ଦେଇଛନ୍ତି।ସେ ଏବେ ଘରକୁ ଫେରିପାରିବେ।

Jk2
Jk2

ଜଗାର ସ୍ୱାସ୍ଥ୍ୟବସ୍ଥା ଉନ୍ନତି ହେଉଥିବା ବେଳେ ବଳିଆ  ପାଟିରେ ଖାଦ୍ୟ ଗ୍ରହଣ କରୁନି। ସ୍ୱତନ୍ତ୍ର ଟ୍ୟୁବ୍ ଜରିଆରେ  ତାକୁ ଖାଦ୍ୟ ଦିଆଯାଉଛି। ଆସନ୍ତା ଜୁନ୍ ମାସ ଶେଷ ସୁଦ୍ଧା ଏହି ଦୁଇ ଶିଶୁଙ୍କୁ ଓଡ଼ିଶାକୁ ସ୍ଥାନାନ୍ତର କରାଯିବ। ଏମ୍‌ସରେ ଚିକିତ୍ସା କରୁଥିବା ଜଣେ ଡାକ୍ତର ଏବଂ ନର୍ସଙ୍କ ତତ୍ୱାବଧାନରେ ସେମାନଙ୍କୁ ଓଡ଼ିଶା ଆଣିବାକୁ ରାଜ୍ୟ ସରକାର କହିଥିବା ସୂଚନା ମିଳିଛି। ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ଯୋଗୁ ସେମାନଙ୍କୁ ବିମାନରେ ଓଡ଼ିଶା ଅଣାଯିବ। ଉଭୟ ଶିଶୁଙ୍କ ଚିକିତ୍ସା ଓ ବର୍ତ୍ତମାନର ସ୍ଥିତି ନେଇ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ସରକାର କହିଛନ୍ତି।
ପଢନ୍ତୁ: ବିଜେପୁର ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Related posts

ରେକର୍ଡ ସୃଷ୍ଟି କରିବେ ପ୍ରଧାନ ବିଚାରପତି: ୬ ଦିନରେ ଦେବେ ୮ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

କଟକ ବାଙ୍କିରେ ଅଘଟଣ : ମାଙ୍କଡ ଉଠାଇ ନେଲା ଶିଶୁ ପୁତ୍ରକୁ

ENO Beuro

1 comment

Leave a Comment