News

ଆଜି କଟକରେ ପହଞ୍ଚିବେ ଜଗା-କାଳିଆ

Scb2 750x430

ଦୀର୍ଘ ୪ବର୍ଷ ୪ମାସର ସଂଘର୍ଷମୟ ଜୀବନ ପରେ ନୂଆ ରୂପ ନେଇ ଶୁକ୍ରବାର ଏମ୍‌ସରୁ ଓଡ଼ିଶା ଫେରୁଛନ୍ତି ବହୁଚର୍ଚ୍ଚିତ ଶିଶୁ ଜଗା-କାଳିଆ । ଆଜି ରାଜଧାନୀ ଏକ୍ସପ୍ରେସ ଯୋଗେ ଉଭୟ ଶିଶୁଙ୍କ ସହ ଏମ୍‌ସ ପ୍ରଫେସର ଦୀପକ ଗୁପ୍ତା, ଡାକ୍ତର ଗିରିଜା ରଥ, ଡାକ୍ତର କିରଣ କୁମାର ଓ ଜଣେ ନର୍ସଙ୍କ ସମେତ ଓଡ଼ିଶାରୁ ଆସିଥିବା ଦୁଇ ଜଣିଆ ଡାକ୍ତରୀ ଦଳ କଟକ ଯାତ୍ରା କରିଛନ୍ତି।

Jaga Final

ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ହସ୍‌ପିଟାଲରେ ସାନ ଶିଶୁ କାଳିଆର ପରବର୍ତ୍ତୀ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।

 

 

ଅପରାହ୍ନରେ ସେମାନେ କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ। ଏସ୍‌ସିବିରେ ଜଗାକାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍  ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍‌ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି।

ପଢନ୍ତୁ: ମୋଟର ଯାନ ଆଇନ୍‌ କଡାକଡି ପରେ ଆଉ ବାରରେ ଜମୁନି ଭିଡ

Related posts

(TikTok) ପାଇଁ ଓଠରେ ଅଠା ଲଗାଇ ଭିଡିଓ କଲେ ଯୁବତୀ

Ratnamani Moharana

ମାର୍ଚ୍ଚ ୫ରୁ ଆରମ୍ଭ ସିବିଏସଇ ପରୀକ୍ଷା : ସିବିଏସଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ENO Beuro

ଶ୍ରୀମନ୍ଦିର ଭିତର ଯାଂଚ୍ ପ୍ରକ୍ରିୟା:୪ ମୁଖ୍ୟ ବିମ୍ ରେ ଫାଟ

ENO Beuro

1 comment

Leave a Comment