News

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ ରେଡ୍ଡୀ

Jj

ଆନ୍ଧ୍ରରେ ଜଗନ ସରକାର

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ମାତ୍‌ ଦେଇଥିବା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ  ଗୁରୁବାର ଦିନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟଓ୍ୱାଡାର ଇନ୍ଦିରା ଗାନ୍ଧି ମ୍ୟୁନିସିପାଲଟି ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଜଗନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟପାଳ ଇ.ଏସ୍‍.ଏଲ୍‍. ନରସିଂହନ୍‍  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୪୬ ବର୍ଷୀୟ ଏହି ନେତା ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତେବେ ଶପଥ ସ୍ଥଳକୁ ପ୍ରବେଶ କରିବା ପୂର୍ବରୁ ଏକ ଖୋଲା ଜିପରେ ଜଗନ ଆସିଥିଲେ ଓ ସମବେତ ଜନତାଙ୍କୁ ନମସ୍କାର କରି ଅଭିବାଦନ ଜଣାଉଥିବାର ଦେଖିବାକୁ ମିଳିଥିଲା।  ଜଗନଙ୍କ ଶପଥ ଗ୍ରହଣ ଉତ୍ସବରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓ ଡ଼ିଏମକେ ସଭାପତି ମକେ ଷ୍ଟାଲିନ  ପ୍ରମୁଖ ଯୋଗ ଦେଇଥିଲେ | ଚଳିତ ନିର୍ବାଚନରେ ଓ୍ୱାଇଏସଆର କଂଗ୍ରେସ ବିପୁଳ ବିଜୟ ହାସଲ କରିଥିଲା। ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ଓ୍ୱାଇଏସଆର କଂଗ୍ରେସ୧୫୧ଟି ଆସନରେ ବିଜୟ ଲାଭ କରିଥିଲା ।

ପଢନ୍ତୁ: କାମଚଳା ବାଚସ୍ପତି ହେଲେ ବରିଷ୍ଠ ବିଜେପି ନେତା ସନ୍ତୋଷ ଗଙ୍ଗୱାର

Related posts

ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

ENO Beuro

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି:ବଢିଲା ମହଙ୍ଗା ଭତ୍ତା

ENO Beuro

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

ENO Beuro

Leave a Comment