News

ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

puri

ଇଚ୍ଛାମୃତ୍ୟୁ ମାଗିଲେ ସେବାୟତ  ପୁରୀ ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟ ଦାନ ଦକ୍ଷିଣା ଥାଳକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବାରୁ ଏବେ ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି ସେବାୟତ ।

puri

ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମନ୍ଦିର ପରିସରରେ ଅଧିକ ସଂଖ୍ୟକ ହୁଣ୍ଡି ସ୍ଥାପନ କରାଯିବା ସହ ଦାନ ଦକ୍ଷିଣା ଉପରେ କଟକଣା ଲାଗିଥିଲା । ସେହିପରି ଧାଡ଼ି ଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ଫଳରେ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନରେ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । କଟକଣା ଯୋଗୁଁ ଅନେକ ସେବାୟତଙ୍କୁ ଆଉ ପୂର୍ବଭଳି ଦାନ ଦକ୍ଷିଣା ମିଳୁନାହିଁ।

ଉଲ୍ଲେଖଯୋଗ୍ୟ, ନରସିଂହ ପୂଜାପଣ୍ଡା ଏଥିପୂର୍ବରୁ ମାର୍ଚ୍ଚ ୨୪ ତାରିଖରେ ପୁରୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଧ୍ୟ ଅନୁରୂପ ଆବେଦନ କରିଥିଲେ। ଅଦାଲତ ତାଙ୍କ ମାମଲାର ବିଚାର କରି କହିଥିଲେ କି ଏଭଳି ଅନୁମତି ପ୍ରଦାନ କରିବା ଆମ କ୍ଷମତା ପରିସର ବାହାରେ। ତେଣୁ ସେ ଏଥିପାଇଁ ଉପଯୁକ୍ତ ଅଦାଲତରେ ଆବେଦନ କରି ପାରନ୍ତି। ଏହାପରେ ଶ୍ରୀ ପୂଜାପଣ୍ଡା ସୁପ୍ରିମକୋର୍ଟ ଯାଇ ଆବେଦନ କରିଥିବା ଜଣାପଡ଼ିଛି।

ପଢନ୍ତୁ; ଏଫଟିଆଇଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅନୁପମ ଖେର୍

Related posts

ଓଡ଼ିଶା ସୀମାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ : ପାଇଲଟ ଗୁରୁତର

ENO Beuro

କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ENO Beuro

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

Leave a Comment