News

ଅକ୍ଟୋବର ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା

jagarnath

ଆସନ୍ତା ଅକ୍ଟୋବର ୧ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା । ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଗୁରୁବାର ଅନୁଷ୍ଠିତ ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ ଅକ୍ଟୋବର ପହିଲାରୁ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

jagarnath

ସୂଚନାଅନୁସାରେ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭିତରେ ପ୍ରବେଶ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ଅନ୍ୟ ୩ଟି ଦ୍ୱାର ନେଇ ପ୍ରସ୍ଥାନ କରିବେ। ଏଥିପାଇଁ ମନ୍ଦିର ଚାରିପାଖକୁ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରାଯିବା ସହ ନୋ ପାର୍କିଂ ଜୋନ ଘୋଷଣା କରାଯିବ।ଭକ୍ତଙ୍କ ପାଇଁ ମେଘନାଦ ପାଚେରୀ ନିକଟରେ ୧୮ ଫୁଟ ଚଉଡ଼ାର ସ୍ୱତନ୍ତ୍ର ବ୍ୟାରିକେଡ କରାଯିବ।

ଉଲ୍ଲେଖଯୋଗ୍ୟ,ଶ୍ରୀମନ୍ଦିରର ସଂସ୍କାର ପାଇଁ ନିକଟରେ ଆମିକସ କୁ୍ୟରି ମନ୍ଦିର ପରିଦର୍ଶନ କରିବା ସହ ସେବାୟତ, ଗଜପତି ଓ ପ୍ରଶାସନ ସହ ଆଲୋଚନା କରିବା ସହ ଦିଲ୍ଲୀ ଫେରିଥିଲେ।

ପଢନ୍ତୁ; ଏସିଆ କପ:ଫାଇନାଲରେ ଭାରତ-ବାଂଲାଦେଶ ମୁକାବିଲା

Related posts

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ENO Beuro

ଏଥର ବିଳମ୍ବରେ ଆସିବ, କମ ବର୍ଷିବ ମୌସୁମୀ

Ratnamani Moharana

ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

ENO Beuro

Leave a Comment