POLITICALS

ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ଆଜି ବିଜେଡ଼ିର ବଳକା ୯ ଟି ଆସନ  ପାଇଁ ପ୍ରାର୍ଥୀପତ୍ର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଆରମ୍ଭ ହୋଇଯାଇଥିଲା  ବିଜେଡ଼ି ଅଫିସ ସମ୍ମୁଖରେ ସମର୍ଥକଙ୍କର ତୁମୂଳ କାଣ୍ଡ । ଅମରେନ୍ଦ୍ରଙ୍କ ସମର୍ଥକମାନେ ବିଜେଡ଼ି ଅଫିସ ଭଙ୍ଗାରୁଜା କରିବା ସହ ନାରାବାଜି କରିବା ଆରମ୍ଭ କରିଦେଇଥିଲେ। ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି।ପ୍ରଶାନ୍ତ ମୁଦୁଲିଙ୍କ ଟିକେଟ୍‌ ପ୍ରତ୍ୟାହାର କରି ଅମରେନ୍ଦ୍ରଙ୍କୁ  ବିଜେଡ଼ି ଟିକେଟ ଦେବାକୁ ସେମାନେ ଦାବି କରିଛନ୍ତି ଅମରେନ୍ଦ୍ରଙ୍କ ସମର୍ଥକମାନେ। ଅମରେନ୍ଦ୍ରଙ୍କ ସମର୍ଥକମାନେ ଥାନା ଛକରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ସେହିପରି ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକରେ ଟାୟାର ଜାଳି ରାସ୍ତାରୋକ  କରିଥିଲେ।

ବିକ୍ଷୋଭକୁ ନେଇ ଅମରେନ୍ଦ୍ର ଦାସ କହିଛନ୍ତି,“ଜଗତସିଂହପୁର ପାଇଁ ଦଳ ଯେଉଁ ନିଷ୍ପତ୍ତି ନେଇଛି, ତାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ  କରିପାରି ନାହାନ୍ତି। ତେଣୁ ଗତକାଲି ଠାରୁ ବିରୋଧ ପ୍ରଦର୍ଶନ କରୁଛନ୍ତି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଏକ ଟିମ୍ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବ ଓ ଶେଷ ଥର ପାଇଁ ନିଷ୍ପତ୍ତି ବଦଳାଇବାକୁ  ଅନୁରୋଧ କରିବ। ତା’ପରେ ସେ ଯାହା ନିଷ୍ପତ୍ତି ନେବେ।”
ପଢନ୍ତୁ:ରାଜନୈତିକ ଦଳର ମହାରଥୀ ହେଉଛନ୍ତି ଓଡିଶା ମୁହାଁ

Related posts

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

ENO Beuro

ବିଜେପି ଛାଡିଲେ ଦିଲ୍ଲୀପ ରାୟ

ENO Beuro

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Ratnamani Moharana

Leave a Comment