News

ଜଗନ୍ନାଥଙ୍କ ହୁଣ୍ଡିରୁ ସୁନା ଗାଏବ, ହାଇକୋର୍ଟରେ ରୁଜୁ ହେଲା ମାମଲା

ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ

ଶ୍ରୀମନ୍ଦିରର ପୁଣି ଏକ ପ୍ରସଙ୍ଗକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ଭାରତୀୟ ଜନତା ପାର୍ଟି(ବିଜେପି)। ହୁଣ୍ଡିରୁ ମିଳିଥିବା ସୁନା ଅଳଙ୍କାର ଗାଏବକୁ ନେଇ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଅର୍ଥ ଓ ଆଇନ ସଚିବ, ସିବିଆଇ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି।

ସୂଚନାଅନୁଯାୟୀ,୧୯୮୩ ମସିହାରୁ ୨୦୧୮ ମଧ୍ୟରେ ହୁଣ୍ଡିରେ ପ୍ରାୟ ୧୮ କେଜି ସୁନା ଆଦାୟ ହୋଇଥିବା ହିସାବ ରହିଥିବା ବେଳେ ତା’ମଧ୍ୟରୁ ମାତ୍ର ୧୪ କେଜି ସୁନା ଏସବିଆଇ ବ୍ୟାଙ୍କ ଲକରରେ ରଖାଯାଇଥିଲା । ବାକି ପ୍ରାୟ ୩ କେଜି ୭ ଶହ ଗ୍ରାମ ସୁନାର ହିସାବ ମିଳୁ ନ ଥିବାବେଳେ ଏହା କୁଆଡେ ଗଲା ତାହାର ତଦନ୍ତ ସିବିଆଇ କରୁ ବୋଲି ବିଜେପି ଦାବି କରିଛି।

ଜଗନ୍ନାଥଙ୍କ ହୁଣ୍ଡିରୁ ସୁନା ଗାଏବ, ହାଇକୋର୍ଟରେ ରୁଜୁ ହେଲା ମାମଲା ଜଗନ୍ନାଥଙ୍କ ହୁଣ୍ଡିରୁ ସୁନା ଗାଏବ, ହାଇକୋର୍ଟରେ ରୁଜୁ ହେଲା ମାମଲା puri

ପଢନ୍ତୁ; ଫିଫା ବିଶ୍ୱକପ: ଫାଇନାଲରେ ଫ୍ରାନ୍ସ ,ବେଲ୍‌ଜିୟମ୍‌କୁ ୧-୦ ରେ ହରାଇଲା

Related posts

କୁଆଖାଇ ପଠାରୁ ଦରପୋଡା ଶବ ମିଳିବା ଘଟଣା : ବୟଫ୍ରେଣ୍ଡ ମାଷ୍ଟର ମାଇଣ୍ଡ !

ENO Beuro

ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଙ୍କୁ ବଲିଉଡ୍ ତାରକା ଅକ୍ଷୟ କୁମାର ଙ୍କ ଶୁଭେଚ୍ଛା

ENO Beuro

ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More