Loading...

‘ରେଡ୍ ହାର୍ଟ’ ଇମୋଜି ପଠାଉଥିଲେ ୫ ବର୍ଷ ଜେଲ୍ ସହ ଗଣିବେ ୨୦ ଲକ୍ଷ ଟଙ୍କା ଫାଇନ୍

‘ରେଡ୍ ହାର୍ଟ’ ଇମୋଜି ପଠାଉଥିଲେ ୫ ବର୍ଷ ଜେଲ୍ ସହ ଗଣିବେ ୨୦ ଲକ୍ଷ ଟଙ୍କା ଫାଇନ୍

ଶବ୍ଦ ବଦଳରେ ଇମୋଜି ଜରିଆରେ ଭାବନାର ପରିପ୍ରକାଶ କରିବା ଏବେ ପୁରୁଣା ହୋଇଗଲାଣି ।

ଶବ୍ଦ ବଦଳରେ ଇମୋଜି ଜରିଆରେ ଭାବନାର ପରିପ୍ରକାଶ କରିବା ଏବେ ପୁରୁଣା ହୋଇଗଲାଣି । କିନ୍ତୁ ଏହାସହ ଜଡିତ ଆଇନ ମଧ୍ୟ ସେତିକି ସୁଦୃଢ ହେବାରେ ଲାଗିଛି ।  ପର୍ବ ପର୍ବାଣୀ ହେଉ କି ନିତିଦିନିଆ ହ୍ବାଟସଆପ୍ ରେ ଇମୋଜି ପଠାଇବା ସାଧାରଣ କଥା ହୋଇଗଲାଣି । ନିକଟରେ ଭାଲେଣ୍ଟାଇନ୍ ଡେ ଅବସରରେ ନିଜ ପାର୍ଟନର କିମ୍ବା ବନ୍ଧୁଙ୍କୁ ରେଡ୍ ହାର୍ଟ ଇମୋଜି ପଠାଇଥିଲେ ନିଶ୍ଚୟ । ଫେସବୁକ୍ ରେ କାହା ପୋଷ୍ଟର ଜବାବରେ ଏକ ରେଡ୍ ହାର୍ଟ ପ୍ରେସ୍ କରିଥିବେ ନିଶ୍ଚୟ । କିନ୍ତୁ ଯଦି ଆପଣ ପଶ୍ଚିମ ଦେଶ ବ୍ୟତୀତ ସାଉଦି ଆରବରେ ଅଛନ୍ତି, ତେବେ ଏହି ରେଡ୍ ହାର୍ଟ ଇମୋଜି କାହାକୁ ପଠାଇପାରିବେନି । ଯଦି ପଠାଇବେ ତେବେ ଆପଣଙ୍କ ପାଇଁ ତାହା ସମସ୍ୟା ସୃଷ୍ଟି କରିପାରେ ।

ପ୍ରକୃତରେ ସାଉଦି ଆରବରେ ସାଇବର ଆଇନ ବହୁତ କଡାକଡି । ଏହି ଦେଶରେ ଯଦି ଆପଣ ପରିବାରଲୋକ କିମ୍ବା ବନ୍ଧୁଙ୍କୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି ତେବେ ଆପଣଙ୍କୁ ଜେଲ୍ ହୋଇପାରେ । ଏହାସହ ୨୦ଲକ୍ଷ ଟଙ୍କା ଜରିମନା ଦେବାକୁ ପଡିପାରେ । ବିଶେଷ ପରିସ୍ଥିତିରେ ଦୁଇ ବର୍ଷ ଜେଲଦଣ୍ଡ ସହ ୨୦ ଲକ୍ଷ ଟଙ୍କା ଜରିମନା ଲଗାଯାଇପାରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.