News

ଜମ୍ମୁ କାଶ୍ମୀର: ସ୍ନାଇପର୍‌ ସହ ୨ ଆତଙ୍କୀ ନିହତ

terrorist

ଜମ୍ମୁ କାଶ୍ମୀର ରେ ମଙ୍ଗଳବାର ସେନାକୁ ଏକ ବଡ ସଫଳତା ମିଳିଛି। ଜୈସ୍‌ ମୁଖ୍ୟ ମୌଲାନା ମସୂଦ ଆଝାରଙ୍କ ପୁତୁରା ବୋଲି ମନେ କରାଯାଉଥିବା ଜଣେ ଉଚ୍ଚ ପ୍ରଶିକ୍ଷିତ ସ୍ନାଇପର୍‌ଙ୍କ ସମେତ ଦକ୍ଷିଣ କଶ୍ମୀରର ଟ୍ରାଲ୍‌ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ଘଟି ଅନ୍ୟୂନ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

terrorist

ରିପୋର୍ଟ ଅନୁଯାୟୀ ସେନାର କାର୍ଯ୍ୟାନୁଷ୍ଠାନରେ ଜୈଶ-ଏ-ମହମ୍ମଦର କୁଖ୍ୟାତ ଆତଙ୍କବାଦୀ ମୌଲାନା ମସୁଦ ଆଜହରର ପୁତୁରା ମଧ୍ୟ ନିହତ ହୋଇଛି । ଏହି ଅପରେସନରେ ୪୨ ରାଷ୍ଟ୍ରୀୟ ରାଇଫଲସ, ଏସଓଜି ଓ ସିଆରପିଏଫର ଯବାନମାନେ ସାମିଲ ଥିଲେ । ସେନା ଯେତେବେଳେ ଆତଙ୍କବାଦୀଙ୍କ ଉପରକୁ ଗୁଳି କରିବା ଆରମ୍ଭ କରି ଦେଇଥିଲା, ବିପରୀତ ପକ୍ଷରୁ ମଧ୍ୟୁ ଗୁଳି ଚାଳନା ଆରମ୍ଭ ହୋଇ ଯାଇଥିଲା । କିଛି ସମୟ ପର୍ଯ୍ୟନ୍ତ ଏନକାଉଣ୍ଟର ଜାରି ରହିବା ପରେ ଅପରେସନରେ ଶେଷରେ ସେନା ଏକ ଘରକୁ ଉଡାଇ ଦେଇଥିଲା, ଯେଉଁଠାରୁ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇଥିଲେ । ଏଠାରୁ ସେନାକୁ ୨ ମୃତଦେହ ଏବଂ ଏମ-୪ ସ୍ନାଇପର ରାଇଫଲ ହସ୍ତଗତ ହୋଇଛି ।

ପଢନ୍ତୁ;  ଆସନ୍ତୁ ଜାଣିବା କେଉଁ ଆଙ୍ଗୁଠିରେ ମଥାରେ ତିଲକ ଲଗାଇଲେ ଶୁଭଫଳ ମିଳିଥାଏ?

Related posts

ଫେସବୁକରେ ‘ପ୍ରେମିକା’ ପୁରୁଷ ବୋଲି ଜାଣିବାପରେ ହତ୍ୟା କଲା ପ୍ରେମିକ

ENO Beuro

କଠୁଆ ଗଣବଳାତ୍କାର ଓ ହତ୍ୟା ଘଟଣା : ସ୍ଵାଧୀନତାର ୭୦ ବର୍ଷ ପରେ ଏଭଳି ଘଟଣାକୁ ନିନ୍ଦା କଲେ ରାଷ୍ଟ୍ରପତି

ENO Beuro

କଂପ୍ୟୁଟରୀକରଣ ହେବ ଡାକସେବା – ମୁଖ୍ୟ ଡାକପାଳ ସନ୍ତୋଷ କୁମାର କାମିଳା

ENO Beuro

Leave a Comment