• Home
  • News
  • ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ
News

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ

ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ । ପାକିସ୍ତାନି ଆତଙ୍କବାଦୀ ସଂଗଠନ ଜୈସ ଇ ମୁହମ୍ମଦ କହିଛନ୍ତି ,ଭାରତ ବିରୋଧରେ ଆମର ଯୁଦ୍ଧ ଅବ୍ୟାହତ ରହିବ  । ଏକ ରାଲିରେ ଭାରତର ପ୍ରଧାନମନ୍ତ୍ରୀ ମୋଦି  ପାକିସ୍ତାନ ତଥା ଜୈଶର ପ୍ରଧାନଶତ୍ରୁ ବୋଲି କହିବା ତାଙ୍କ ବିରୋଧରେ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି  କହିଛି ଏହି ଆତଙ୍କବାଦୀ ସଂଗଠନ ।

ଭାରତ ଜୈସ-ଇ-ମୁହମ୍ମଦ ସଂଗଠନର ସବୁଠୁ ବଡ଼ ଶତ୍ରୁ ଓ ମୋଦି ମୌଲାନା ମାସୁଦ ଆଜାରର ୧ନମ୍ବର ଶତ୍ରୁ ବୋଲି କହିଛି ଗ୍ଲୋବାଲ ଆତଙ୍କବାଦୀ ମାସୁଦ ଆଜାରର ଭାଇ ତଲହା ସିଆଫ । ସିନ୍ଧ ପ୍ରଦେଶରେ ଅନୁଷ୍ଠିତ ଏକ ର‍୍ୟାଲିରେ ଯୋଗ ଦେଇ ସେ କହିଥିଲା ଯେ ଭାରତ ଗତ ୭୦ ବର୍ଷ ଧରି ପାକିସ୍ତାନକୁ ସମସ୍ୟାରେ ପକାଇଚାଲିଛି । ମୋଦିଙ୍କ ନେତୃତ୍ୱରେ ଭାରତ ଏକ ମିନି ସୁପରପାଓ୍ଵାରରେ ପରିଣତ ହୋଇସାରିଛି । ଏଣୁ ଭାରତକୁ ଆମକୁ ହରାଇବାକୁ ପଡିବ ।

ଆମର କାଶ୍ମୀର ଭାଇ ଓ ଭଉଣୀମାନେ ଆମକୁ ସହାୟତା ମାଗୁଛନ୍ତି ଆମକୁ ସେମାନଙ୍କ ପାଇଁ ସୀମା ଟପିବାକୁ ପଡିବ ।ରାମ ମନ୍ଦିର ପ୍ରସଙ୍ଗରେ ସିଆଫ କହିଛି ଯେ ବାବ୍ରୀମସଜିଦ ଉପରେ ରାମ ମନ୍ଦିର ନିର୍ମାଣ କରାଇଦିଆଯିବ ନାହିଁ । ଭାରତରେ ଶାସନ କରୁଥିବା ମୋଦି ସରକାର ସବୁ ସରକାରୀ କଳକୁ ବ୍ୟବହାର କରି ସେଠାରେ ରାମ ମନ୍ଦିର ନିର୍ମାଣ କରିବାକୁ ଯାଉଛି, କିନ୍ତୁ ଆମକୁ ତାହାର ବିରୋଧ କରିବାକୁ ହେବ ।

ଭାରତକୁ ପୁଣି ଚ୍ୟାଲେଂଜ କରିଛି ଆତଙ୍କବାଦୀ ସଂଗଠନ ଜୈଶ । କହିଲେ,ମୋଦି ଓ ଭାରତ ଆମର ସବୁଠୁ ବଡ଼ ଶତ୍ରୁ jaish

ପଢନ୍ତୁ ;

ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ରକୁ ନାକାମ କରିଦେଇଛି ଭାରତୀୟ ସୁରକ୍ଷା ବାହିନୀ

Related posts

ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

Krishna Kumar Manoj

ଆଜି ଓଡିଶା ପହଞ୍ଚିବେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା

Krishna Kumar Manoj

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More