News

ପୁଣି ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା, ୫୦୦ କିଲୋ ବିସ୍ପୋରକ ବ୍ୟବହାରର ପ୍ରସ୍ତୁତି

pul

ଜୈସ ଆତଙ୍କୀଙ୍କ ଫୋନ କଲରୁ ଗୋଇନ୍ଦା ସୂଚନା

ପୁଲୱାମା ବିସ୍ଫୋରଣରେ ଉସ୍ରାହିତ ହୋଇ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ଭାରତରେ ଆହୁରି ବଡ ଧରଣର ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଥିବାରୁ ସୂଚନା ମିଳିଛି। ପାକିସ୍ତାନ ସ୍ଥିତ ଜେଇଏମ୍‌ର ଜଣେ କମାଣ୍ଡର ଏବଂ କଶ୍ମୀରୀ ଆତଙ୍କବାଦୀଙ୍କ ମଧ୍ୟ‌ରେ ହୋଇଥିବା ଏକ ବାର୍ତ୍ତାଳାପକୁ ଟ୍ରାକ୍‌ କରାଯିବା ପରେ ଏ ବାବଦ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଖୁବ୍‌ ଶୀଘ୍ର ସୁରକ୍ଷାବାହିନୀ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ପାକିସ୍ତାନରୁ ଜୈସ୍‌ କମାଣ୍ଡର ସ୍ଥାନୀୟ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏହି ଆକ୍ରମଣ ଦକ୍ଷିଣ କଶ୍ମୀରରେ ସମ୍ଭବ ନ ହୋଇପାରିଲେ ଜମ୍ମୁରେ କରିବା ପାଇଁ ନିର୍ଦ୍ଦେଶ ମିଳିଥିବା ଏହି ବାର୍ତ୍ତାଳାପରୁ ଜଣାପଡ଼ିଛି।

ଗୁଇନ୍ଦା ସୂଚନା ଅନୁସାରେ, ଆତଙ୍କବାଦୀମାନେ ୨ରୁ ୩ ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଫିଦାୟିନ୍‌ ହମ୍‌ଲା କରିବାର ଆଶଙ୍କା ରହିଛି। ଭାରତରେ ପୁଣିଥରେ ହିଂସା ସୃଷ୍ଟି କରିବାକୁ ଜୈଶ ଏବେ ମସୁଧା କରୁଛି। ଏଥିପାଇଁ ସଂଗଠନ ପକ୍ଷରୁ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ଆଲର୍ଟ କରାଯାଇଛି।

ସୂଚନାଯୋଗ୍ୟ,ଗତଥର ୩୫୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା । ଏଥର ୫୦୦ କିଲୋ ବିସ୍ଫୋରକ ବ୍ୟବହାର କରାଯିବାର ଯୋଜନା ରହିଛି । ତେବେ ଏଥିପାଇଁ କାଶ୍ମୀରର ହିଁ ଲୋକଙ୍କୁ ଆତଙ୍କବାଦୀ କରି ଯୋଜନା ପ୍ରସ୍ତୁତ କରାଯାଇଛି ।

ପଢନ୍ତୁ; ବ୍ୟବହାର କରନ୍ତୁ ଚାଉଳଧୁଆ ପାଣି,ମିଳିବ ଅନେକ ଫାଇଦା

Related posts

ଦିଲ୍ ଜିତିଲେ ଭାଇଜାନ, ଦୁଲିକିଲା ବାରବାଟୀ

ENO Beuro

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ରାଷ୍ଟ୍ରପତିଙ୍କ ଏକକାଳୀନ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ

ENO Beuro

1 comment

Leave a Comment