EnewsOdia.Com

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

ଆନୁଷ୍ଠାନିକ ଭାବେ ଦୁଇଟି ପୃଥକ୍‌ କେନ୍ଦ୍ର ଶାସିତ ଅଞ୍ଚଳ ହେଲା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ

ବଦଳିଲା ଇତିହାସ। ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ। ଆଜିଠାରୁ ଭାରତ ମାନଚିତ୍ରରୁ ଲୋପ ପାଇଗଲା ଜାମ୍ମୁକାଶ୍ମୀର ରାଜ୍ୟ । ଏହା ସହିତ ଜନ୍ମନେଇଛି ୨ଟି କେନ୍ଦ୍ରଶାସିତ ଅଂଚଳ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ । ଭାରତ ଇତିହାସରେ ଏହା ପ୍ରଥମ ଘଟଣା , ଯେବେ କୌଣସି ରାଜ୍ୟକୁ ଭାଂଗି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯାଇଛି । ଆଜିଠାରୁ ଜାମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ଗ୍ରହଣକରିଛନ୍ତି ଲ୍ୟୁଟନାଂଟ ଗଭର୍ଣ୍ଣର ଜିସି ମୁର୍ମୁ । ସେହିପରି ନବଗଠିତ ଲଦାଖ କେନ୍ଦ୍ରଶାସିତ ଅଂଚଳର ଦାୟିତ୍ୱ ଗ୍ରହଣ କରିଛନ୍ତି ଆର କେ ମୁଥୁକୁମାର ।

ସୂଚନାଯୋଗ୍ୟ ଯେ, ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ମହାରାଜା ହରି ସିଂହ ଭାରତ ସହ ଜମ୍ମୁ-କଶ୍ମୀର ରାଜ୍ୟକୁ ମିଶାଇଥିଲେ। ଏହାର ୭୨ ବର୍ଷ ପରେ ଇତିହାସ ବଦଳାଇଛନ୍ତି ମୋଦି ସରକାର। ଆଉ ଏହି ନିଷ୍ପତ୍ତି ବିଧିବଦ୍ଧ ଭାବେ ଅକ୍ଟୋବର ୩୧ରେ କାର୍ଯ୍ୟକାରୀ ହେଉଛି ଯାହାକି ଦେଶର ପ୍ରଥମ ସୌରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଦେଶର ଛୋଟ ଛୋଟ ୫୬୦ଟି ସ୍ୱାଧୀନ ରାଜତନ୍ତ୍ର ଶାସିତ ଅଞ୍ଚଳକୁ ଭାରତ ସହ ମିଶ୍ରଣ କରାଇବାର ସମସ୍ତ ଶ୍ରେୟ ସର୍ଦ୍ଦାର ପଟେଲଙ୍କୁ ହିଁ ଯାଏ। ଆଉ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବାରୁ ଏହି ଦିନକୁ ଐତିହାସିକ କୁହାଯାଉଛି।

ପଢନ୍ତୁ: ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

ସମ୍ବନ୍ଧିତ ଖବର

ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

Ratnamani Maharana

ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ

Ratnamani Maharana

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ଭାରତ ଗସ୍ତ ସମୟରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ଟ୍ରମ୍ପ

Ratnamani Maharana

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବୀସ

Ratnamani Maharana