News

ଏମ୍‌ସରେ ପଢ଼ୁଥିବା ଜାମ୍ମୁ-କାଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ଙ୍କ ନିଖୋଜ ଘଟଣା

କଲିକତାରେ କମିଶନରେଟ ପୋଲିସର ଛାନଭିନ

ଭୁବନେଶ୍ୱର ଏମ୍‌ସରେ ଡାକ୍ତରୀ ପଢ଼ୁଥିବା କାଶ୍ମୀରର ସୋହେଲ ଗତ ୯ ତାରିଖରେ ପଞ୍ଜାବର ଏକ ବିବାହ ଉତ୍ସବରେ ଯୋଗ ଦେବାକୁ କହି ହଷ୍ଟେଲ୍‌ରୁ ଯାଇଥିଲେ । ମାତ୍ର ସେ ହାୱାଡ଼ା ଷ୍ଟେସନ୍‌ରୁ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି ।

ଗତ ୯ ତାରିଖ ରାତିରୁ ନିଖୋଜ ହୋଇଥିବା ସୋହେଲର ଫୋନ ୧୦ ତାରିଖ ସକାଳୁ ବନ୍ଦ ରହିଥିବାରୁ ଏହି ଘଟଣା ସନ୍ଦେହ ଘେରକୁ ଆସିଯାଇଛି । ତେବେ ଆଜି କମିଶନରେଟ ପୋଲିସ ସିଆଇଡି ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଏମ୍‌ସରେ ପଢ଼ୁଥିବା ଜାମ୍ମୁ-କାଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ ନିଖୋଜ ଘଟଣାରେ କଲିକତାରେ କମିଶନରେଟ ପୋଲିସର ଟିମ ଛାନଭିନ ଆରମ୍ଭ କରିଛନ୍ତି ।  ଟିମ୍‌ ହାୱାଡା ଷ୍ଟେସନ୍‌ ଓ ବିମାନବନ୍ଦରର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଛି । ଏହା ସହିତ ଷ୍ଟେସନ୍‌ ଓ ବିମାନବନ୍ଦର ନିକଟ ଥାନାକୁ ଯାଇ ଆଲୋଚନା କରିଛନ୍ତି ।

ସୋହେଲ୍‌ ହାୱାଡା ଷ୍ଟେସନ୍‌ରେ ଓହ୍ଲାଇବା ପରେ ଜଣେ ଅଜଣା ବ୍ୟକ୍ତିଙ୍କ ସହିତ କଥା ହୋଇଛନ୍ତି ଏବଂ ଷ୍ଟେସନ୍‌ରୁ ବାହାରକୁ ପଳାଇ ଆସିଛନ୍ତି । ଏହାକୁ ନେଇ ଏବେ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ସୋହେଲ୍‌ ଆତଙ୍କବାଦୀଙ୍କ ପ୍ରରୋଚନାରେ ଆସିଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି । ଏହି ଘଟଣାରେ ଏନ୍‌ଆଇଏ ହସ୍ତକ୍ଷେପ କରିପାରେ ବୋଲି ସୂଚନା ମିଳିଛି ।

ପଢନ୍ତୁ ;

ଆଇପିଏଲ୍‌ ୨୦୧୮ : କିଙ୍ଗସ୍‌ ଏକାଦଶ ପଞ୍ଜାବର ଅଧିନାୟକ ଅଶ୍ୱିନ

Related posts

ପୂରା ଦେଶ ପାଳନ କରୁଛି ନେତାଜୀ ଜୟନ୍ତୀ,୨୩ ଜାନୁଆରୀକୁ ‘ଦେଶପ୍ରେମ’ ଦିବସ ଭାବେ ଘୋଷଣା କରାଯାଉ।

ENO Beuro

ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

ଅଭିଜିତ ଆୟାରଙ୍କ ମାମଲା ପ୍ରତ୍ୟାହାର କରିବେ ସରକାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More