ଜମ୍ମୁ-କାଶ୍ମୀର ବସଷ୍ଟାଣ୍ଡରେ ବିସ୍ଫୋରଣ,ଆତଙ୍କୀ ଗିରଫ

jammu

ଜମ୍ମୁରେ ବସକୁ ଟାର୍ଗେଟ୍‌ କରିଛନ୍ତି ଆତଙ୍କବାଦୀ

ଜମ୍ମୁ-କାଶ୍ମୀରର ସବୁଠୁ ବେଶି ଜନଗହଳି ପୂର୍ଣ୍ଣ ଅଞ୍ଚଳ ଜମ୍ମୁର ବସ ଷ୍ଟାଣ୍ଡରେ ଆଜି ମଧ୍ୟାହ୍ନରେ ଏକ ବଡ ଧରଣର ବିସ୍ଫରୋଣ ହୋଇଛି । ପ୍ରଥମିକ ତଦନ୍ତ ପରେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଗ୍ରେନଡ ସାହାର୍ଯ୍ୟରେ ଏହି ବିସ୍ଫୋରଣ କରାଯାଇଛି ।

ଗ୍ରେନେଡ ଆକ୍ରମଣକାରୀର ନାମ ୟାସିର ଭଟ୍ଟ ବୋଲି ପୁଲିସ କହିଛି। ଆତଙ୍କବାଦୀ ସଂଗଠନ ‘ହିଜ୍‌ବୁଲ ମୁଜାହିଦୀନ’ ପାଇଁ ୟାସିର କାମ କରୁଥିଲା। ପୁଲିସ କହିବା ଅନୁସାରେ ଗ୍ରେନେଡ ଆକ୍ରମଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ନାଁ ମହମ୍ମଦ ଶାରିକ୍‌(୧୭)। ସେ ଉତ୍ତରାଖଣ୍ଡ ସ୍ଥିତ ହରିଦ୍ୱାରର ମୂଳବାସିନ୍ଦା। ବିସ୍ଫୋରଣ ପରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ପଢନ୍ତୁ; ୨୦୧୯ ସ୍ଵଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ପଛୁଆ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More