• Home
  • Entertainment
  • ସୁଟିଂ ସେଟକୁ ଫେରିଲେ ଜାହ୍ନବୀ : ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ସିନେମା ଲୁକରେ ନଜର ଆସିଲେ ଜାହ୍ନବୀ
Entertainment

ସୁଟିଂ ସେଟକୁ ଫେରିଲେ ଜାହ୍ନବୀ : ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ସିନେମା ଲୁକରେ ନଜର ଆସିଲେ ଜାହ୍ନବୀ

ଜାହ୍ନବୀଙ୍କ କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ

ଶ୍ରୀଦେବୀଙ୍କ ଦେହାନ୍ତ ପରେ କିଛିଦିନ ହେଲା ସେ ସୁଟିଂ କରୁନଥିଲେ ଜାହ୍ନବୀ କପୁର । କିନ୍ତୁ ଏବେ ସୁଟିଂ ସେଟକୁ ଫେରିଲେ ଜାହ୍ନବୀ । ତାଙ୍କର ଅପକମିଂ ଫିଲ୍ମ ‘ଧଡ଼କ’ର ସୁଟିଂ ସେଟକୁ ଫେରିଛନ୍ତି ଜାହ୍ନବୀ କପୁର । ସୁଟିଂ ସେଟର କିଛି ଫୋଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି ।

ସୁଟିଂ ଫଟୋରେ ଜାହ୍ନବୀ ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଜାହ୍ନବୀଙ୍କ ଏହି ଫଟୋ ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ଫିଲ୍ମ ଲୁକରେ ମିଶୁଥିବା ନେଇ ଚର୍ଚ୍ଚା ହୋଇଛି । ଏହି ଫଟୋରେ ଜାହ୍ନବୀ ତାଙ୍କ ମା ଶ୍ରୀଦେବୀଙ୍କ ପରି ଦେଖା ଯାଉଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି।

ଧର୍ମା ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହେଉଛି ଫିଲ୍ମ ‘ଧଡକ’ । ଫିଲ୍ମର ପ୍ରଯୋଜକ କରଣ ଜୋହର । କରଣ ଜୋହର ଚାହିଛନ୍ତି କି ଜାହ୍ନବୀ ସୁଟିଂ ସେଟରେ ବ୍ୟସ୍ତ ରୁହନ୍ତୁ । ଏହା ସହ କରଣ କହିଛନ୍ତିଯେ, ଜାହ୍ନବୀଙ୍କ ପାଇଁ ଏତେ ସହଜ ନୁହେଁ ସୁଟିଂରେ ବ୍ୟସ୍ତ ରହିବା । କିନ୍ତୁ ତାଙ୍କୁ ଆଶ୍ୱାସନା ଦେବା ନିହାତି ଦରକାର । ଏହି ସିନେମାରେ ଜାହ୍ନବୀ କପୁରଙ୍କ ବିପକ୍ଷରେ ନାୟକ ସାଜିଛନ୍ତି ଶାହିଦ କପୁରଙ୍କ ଭାଇ ଇଶାନ । ସିନେମାଟି ଜୁଲାଇ ୨୦ରେ ପରଦାକୁ ଆସିବ ।

ସୁଟିଂ ସେଟକୁ ଫେରିଲେ ଜାହ୍ନବୀ : ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’ ସିନେମା ଲୁକରେ ନଜର ଆସିଲେ ଜାହ୍ନବୀ jhanavi kapoor

ପଢନ୍ତୁ ;

‘ଯୋଉଠି ଥିଲେ ବି ତୁ ମୋର’ ସିନେମାରେ ନଜର ଆସିବେ ଏହି ରୋମାଂଟିକ୍ ଯୋଡି

Related posts

ନିଜକୁ ସଲମାନଙ୍କ ପତ୍ନୀ ବୋଲି କହି ଆତ୍ମହତ୍ୟା କରିବାର ଧମକ ଦେଲେ ମହିଳା ଜଣକ!

Krishna Kumar Manoj

ଓଡିଆ ଫିଲ୍ମ ପ୍ରଯୋଜକ ରମେଶ ବାରିକଙ୍କ ସଫଳ ଯାତ୍ରା

Krishna Kumar Manoj

ଏହି ଯୋଡିକୁ ସିନେପ୍ରେମୀ ଦେଲେ ଅଧିକ ଭଲ ପାଇବା !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More