News

ଆଜି ଜନ୍ମାଷ୍ଟମୀ : ରାଜ୍ୟର ମଠମନ୍ଦିରରେ ଭକ୍ତ-ଶ୍ରଦ୍ଧାଳୁଙ୍କ ଭିଡ଼, ପରିବେଶ ଉତ୍ସବମୁଖର

Vlcsnap Error416

ଆଜି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଆଜି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିବେ ସେଥିପାଇଁ ମନ୍ଦିର ଗୁଡିକରେ ବିଶେଷ ପୂଜାନୀତିର ଆୟୋଜନ କରାଯାଉଛି ।ରାଜଧାନୀର ଇସ୍କନ ମନ୍ଦିର ହେଉ କି, ପୁରୀ ଶ୍ରୀମନ୍ଦିର ସବୁଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁମାନେ ଉପବାସ ରଖିବା ସହ କୃଷ୍ଣବଳରାମଙ୍କୁ ଦର୍ଶନ କରୁଛନ୍ତି। ମଧ୍ୟ ରାତ୍ରିରେ କୃଷ୍ଣ ଜନ୍ମନୀତି ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଉପବାସ ଭାଙ୍ଗିବେ।

କି˚ବଦନ୍ତି ଅନୁଯାୟୀ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀରେ, ବିଷ୍ଣୁଙ୍କ ଅଷ୍ଟମ ଅବତାର ଯୋଗେଶ୍ବର କୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ରୂପେ ମଥୁରାରେ ଜନ୍ମ ହୋଇଥିଲେ। ଏହି ରାତିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସା˚ସାରିକ ମୋହ-ମାୟାଜନିତ ଆସକ୍ତି ଦୂରହୁଏ। ତେଣୁ, ଏହାକୁ ‘ମୋହରାତ୍ରି’  ମଧ୍ୟ କହାଯାଏ। ସାରା ବିଶ୍ବର ହିନ୍ଦୁ ସ˚ପ୍ରଦାୟ ପାଇଁ ଏହା ଏକ ପବିତ୍ର ପର୍ବ।

ପଢନ୍ତୁ: ସିବିଆଇ ରିମାଣ୍ଡରେ ଚିଦାମ୍ବରମ : ୨୬ ପର୍ଯ୍ୟନ୍ତ ରିମାଣ୍ଡ ପାଇଁ କୋର୍ଟଙ୍କ ଅନୁମତି

Related posts

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ENO Beuro

ଶୀତରେ ଥରୁଛି ସାରା ଓଡ଼ିଶା

ENO Beuro

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

ENO Beuro