VASTU

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

1 10 640x430

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନଟିକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତି, ଦୀର୍ଘାୟୁ ତଥା ସମୃଦ୍ଧି ବୃଦ୍ଧି ହୋଇଥାଏ । ଜନ୍ମାଷ୍ଟମୀ ବତ୍ର ପାଳନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ ସେମାନେ ଏହି ବ୍ରତ କରି ବିଶେଷ ଲାଭ ପାଇପାରିବେ । ଚଳିତ ବର୍ଷ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଏବଂ ୨୪ରେ ନନ୍ଦୋତ୍ସବ ପର୍ବ ପାଳନ କରାଯିବ ।

ପୂଜାର ବିଧି

୧) ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନା କରନ୍ତୁ ।
୨) ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଶୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଉତ୍ତମ ଅଟେ ।
୩) ସନ୍ତାନ ପ୍ରାପ୍ତି ଓ ସବୁ ମନସ୍କାମନା ପୂରଣ ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।

କିପରି ପାଳନ କରିବେ ଜନ୍ମଷ୍ଟମୀ ପର୍ବ

୧) ପ୍ରାତଃ କାଳରୁ ସ୍ନାନ ସାରି ପୂଜା କରନ୍ତୁ । ଦିନରେ ଜଳ ବା ଫଳ ଆହାର ଗ୍ରହଣ କରି ପାରିବେ ।
୨) ମଧ୍ୟରାତ୍ରିରେ ଭଗବାନ କୃଷ୍ଣଙ୍କ ଧାତୁ ପ୍ରତିମାକୁ ଏକ ପାତ୍ରରେ ରଖନ୍ତୁ ।
୩) ଏହି ପ୍ରତିମାକୁ ପ୍ରଥମେ କ୍ଷୀର, ପରେ ଦହି, ପୁଣି ମହୁ, ପୁଣି ସିରା ଓ ଘିଅରେ ସ୍ନାନ କରାନ୍ତୁ । ପୁଣି ପଞ୍ଚାମୃତରେ ସ୍ନାନ କରାଇ ଶେଷରେ ଜଳରେ ପ୍ରତିମାଙ୍କୁ ସ୍ନାନ କରାନ୍ତୁ ।

୪) ହଳଦିଆ ରଙ୍ଗର ବସ୍ତ୍ର, ଚନ୍ଦନ ଓ ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସଜାନ୍ତୁ । ବୈଜୟନ୍ତି ଫୁଲ ଅର୍ପଣ କରିବା ସର୍ବୋତ୍ତମ ଅଟେ ।
୫) ପଞ୍ଚାମୃତ ଅର୍ପଣ କରିବା ସହ ତୁଳସୀ ଜଳ ଅର୍ପଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।
୬) ମେୱା, ଲହୁଣୀ ଓ ମିଶ୍ରୀ ଭୋଗ ଲଗାନ୍ତୁ ।
୭) ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପୂର୍ଣ୍ଣ ସାତ୍ବିକ ଭୋଜନ ଏହି ଦିନ କୃଷ୍ଣ ଭଗବାନଙ୍କ ନିକଟରେ ଭୋଗ ଲାଗାଯାଏ ।
ଧ୍ୟାନ ରଖିବେ ପୂଜା କରୁଥିବା ବ୍ୟକ୍ତି କଳା ବା ଧଳା ରଙ୍ଗର ବସ୍ତ୍ର ନ ପିନ୍ଧିବା ଉଚିତ୍ ।

ପଢନ୍ତୁ: ଆସନ୍ତା କାଲି ପବିତ୍ର ଜନ୍ମାଷ୍ଟମୀ : ଜାଣନ୍ତୁ ଏହାର ତିଥି, ମୁହୂର୍ତ୍ତ, ନିୟମ ଏବଂ ମହତ୍ତ୍ୱ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ବୁଦ୍ଧପୂର୍ଣ୍ଣିମାରେ ଘରେ କରନ୍ତୁ ଏହି ସବୁ କାମ ଧନ ଲାଭ ହେବ

ENO Beuro

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଆପଣଙ୍କ ଜନ୍ମ ଦିନରେ କରନ୍ତୁ ନାହିଁ ଏହି ସବୁ କାମ

ENO Beuro

1 comment

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ - EnewsOdia.Com August 24, 2019 at 11:05 am

[…] ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପର… […]

Leave a Comment