News

ଉତକ୍ଷେପଣର କିଛି ସମୟ ପରେ ଖସିପଡିଲା ଜାପାନୀ ରକେଟ

Untitled 1

ଏବେ ଏବେ ଭାରତ ଚନ୍ଦ୍ରଯାନ 2 ର ସଫଳ ପରୀକ୍ଷଣ ପରେ ସାରା ବିଶ୍ୱରୁ ଆସୁଛି ଶୁଭେଚ୍ଛାର ସୁଅ। ଏହି ସମୟରେ ଏପରି ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।  ଜାପାନର ଘରୋଇ ମହାକାଶ ଗବେଷଣା କମ୍ପାନି ଇଣ୍ଟରଷ୍ଟେଲାର ଟେକନଲୋଜୀସ  ପକ୍ଷରୁ ଶନିବାର ଦିନ ଉତକ୍ଷେପଣ ହୋଇଥିବା ରକେଟ ମୋମୋ-ଏଫ୪   ବିଫଳ ହୋଇଛି । ଉତକ୍ଷେପଣର ମାତ୍ର କିଛି ମିନିଟ ମଧ୍ୟରେ ଏଥିରେ ବିସ୍ଫୋରଣ ହୋଇ ଏହା ସମୁଦ୍ରରେ ଖସିପଡିଥିଲା ।

Capture
Capture

ଇଣ୍ଟରଷ୍ଟେଲାର ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ ମୋମୋ-ଏଫ୪ ରକେଟ ଉତକ୍ଷେପଣ ହେବାପରେ ଏଥିରେ ଥିବା କମ୍ପ୍ୟୁଟରରେ କେତେକ ତ୍ରୁଟି ଯୋଗୁଁ ରକେଟର ଇଂଜିନ ବନ୍ଦ ହୋଇଯାଇଥିଲା । ଫଳରେ ରକେଟଟି ସମୁଦ୍ରରେ ଖସିପଡିଥିଲା ।

 

 

ରକେଟଟି ଆଜି ସ୍ଥାନୀୟ ସମୟ ଅପରାହ୍ଣ ୪ଟା ୨୦ (ଭାରତୀୟ ସମୟ ଅପରାହ୍ଣ ୧.୩୦ )ରେ ଉତକ୍ଷେପଣ ହୋଇଥିଲା । ଏହି ଉତକ୍ଷେପଣକୁ କମ୍ପାନି ପକ୍ଷରୁ ସୋସିଆଲ ମିଡିଆର ଲାଇଭ ଷ୍ଟ୍ରିମିଂ  କରାଯାଇଥିଲା । କମ୍ପାନିପକ୍ଷରୁ ଗତ ମେ ମାସରେ କରାଯାଇଥିବା ମୋମୋ-୩  ସଫଳ ହୋଇଥିଲା । ଏହା ପୂର୍ବରୁ ୨୦୧୭ ଓ ୨୦୧୮ ମସିହାରେ ଏହି କମ୍ପାନି ପକ୍ଷରୁ କରାଯାଇଥିବା ଉତକ୍ଷେପଣ ବିଫଳ ହୋଇଥିଲା ।

ପଢନ୍ତୁ: ସାରଥିଙ୍କ ବାରିମୂଳ ଆଶ୍ରମରେ ଇଡି

Related posts

ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ

Ratnamani Moharana

ସରକାରୀ କର୍ମଚାରୀଙ୍କ ହାତରେ ଜୋତାର ଫିତା ବନ୍ଧାଇଲେ ମନ୍ତ୍ରୀ

Ratnamani Moharana

ପୁଣି ଲେଉଟିଲା ତାତି : ଭୁବନେଶ୍ଵର ସର୍ବାଧିକ ୪୧.୨ ଡିଗ୍ରୀ

ENO Beuro

Leave a Comment