News

ଓଡ଼ିଶାରେ ଆଉ ଦେଖିବାକୁ ମିଳିବନି ଅପେରା ପାର୍ଟି

ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଓଡ଼ିଶାରେ ଦେଖିବାକୁ ମିଳିବନି ଆଉ ଅପେରା ପାର୍ଟି। ଦେଖିବାକୁ ମିଳିବନି ବଡ଼ ଯାତ୍ରା କଳାକାର ଦୈତାରୀ ପଣ୍ଡା, ରାଏ ମୋହନ, ଭିକୁ ସେଟ୍ଟ, ମାନିନି ଓ ତାଙ୍କର ଅଭିନୟ। ଯାତ୍ରା ପାର୍ଟି ଓ ପରିବେଷଣ ବନ୍ଦ କରିବାକୁ ପାର୍ଟି ମାଲିକ ସଂଘ ସଭାପତି ସୌମ୍ୟ ପଟ୍ଟନାୟକଙ୍କ ବୁଧବାର ପ୍ରେସମିଟ୍ କରି ଘୋଷଣା କରିଛନ୍ତି।

ସେ କହିଛନ୍ତି, ୨୦୧୮ ଜୁଲାଇ ଠାରୁ ବ୍ୟାବସାୟିକ ଦୃଷ୍ଟିରୁ ଯାତ୍ରା ପରିବେଷଣ ବନ୍ଦ କରାଯିବ। ପାର୍ଟି ମାଲିକମାନେ ପ୍ରଚୁର କ୍ଷତି ସହିଥିବାରୁ ଚଳାଇବା ଅସମ୍ଭବ ହେଉଛି। ଏହି ବ୍ୟବସାୟରେ ଆୟ କମୁଥିବା ବେଳେ ଖର୍ଚ୍ଚ ବଢ଼ୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଯାତ୍ରାପାର୍ଟି ବନ୍ଦ ହେବା ଫଳରେ ଯାତ୍ରା କଳକାରଙ୍କ ଉପରେ ଏହା ଘୋର ପ୍ରଭାବ ପଡ଼ିବ। ଏହାଦ୍ୱାରା ପ୍ରତକ୍ଷ ଭାବେ ପ୍ରାୟ ୫ ହଜାର କଳାକାର ଓ ପରୋକ୍ଷ ଭାବେ ୩୫ ହଜାର ରୋଜାଗାର ହରାଇବେ । ଏହି ପରିପ୍ରେକ୍ଷୀରେ କଳାକାରମାନେ ଏଣିକି କଣ କରିବେ ବୋଲି ଯାତ୍ରା କଳାକାର ରାଏ ମୋହନ ପ୍ରଶ୍ନ କରିଛନ୍ତି।

ସେହିପରି ଅନନ୍ୟ କଳାକାର ସୁରେଶ ପଣ୍ଡା କହିଛନ୍ତି, “ଯାତ୍ରା ବନ୍ଦ ହେଲେ ଅନେକ କଳାକାର ନିଜର ଜୀବିକା ହରାଇବେ। କ୍ଷତି ସହିବାର କାରଣ ଯାତ୍ରା ପାର୍ଟି ମାଲିକ। ଆୟ ହେଉନଥିବାରୁ କିଛି ଯାତ୍ରା ପାର୍ଟି କ୍ଷତି ସହୁଛନ୍ତି। କ୍ଷତି ସହିବାର ଅନ୍ୟ ଏକ କାରଣ ମ୍ୟାନେଜମେଣ୍ଟର ଅଭାବ। ଯାତ୍ରୀ ପାର୍ଟି ବନ୍ଦ ନିଷ୍ପତି ପ୍ରସଙ୍ଗରେ ସରକାରଙ୍କ ହସ୍ତକ୍ଷେପ ଜରୁରୀ”।

ଯାତ୍ରା ପାର୍ଟି ମାଲିକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ମାଲିକ ସଂଘ ସଭାପତିଙ୍କ ଘୋଷଣାକୁ ସମର୍ଥନ କରୁଛନ୍ତି । ଆର୍ଥିକ ସହାୟତା ମିଳିଲେ ଯାତ୍ରୀ ପାର୍ଟି ଚାଲୁ ରହିବ ବୋଲି ସେ କହିଛନ୍ତି। ସରକାର ଡାକିଲେ ଆଲୋଚନ କରିବୁ ବୋଲି ଶ୍ରୀ ମହାରଥୀ ପ୍ରକାଶ କରିଛନ୍ତି।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ,ରାତିରେ ଶୋଇବା ସମୟରେ ମୁଁଣ୍ଡ ପାଖରେ ରଖନ୍ତୁନାହିଁ ଏହି ୫ଟି ବସ୍ତୁ ହୋଇପାରେ ଅଶୁଭ

Related posts

ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

ENO Beuro

ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

ENO Beuro

ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ

ENO Beuro

Leave a Comment