Entertainment

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା!

daitari

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ଆସିଛି ଅଭିଯୋଗ। ପୁରୁଣା କଥାକୁ ନେଇ ଅଭିଯୋଗ ଆଣିଛନ୍ତି ଏକ ମହିଳା। ତାଙ୍କୁ ବିବାହ କରିଥିବା କହି ପତ୍ନୀର ଅଧିକାର ପାଇବା ଦାବିରେ ବିଗତ ଦିନର ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦୈତାରୀ ପଣ୍ଡା ତାଙ୍କୁ ୨୮ ବର୍ଷ ତଳେ ଗାନ୍ଧର୍ବ ମତରେ ପୁରୀ ମନ୍ଦିରରେ ବିବାହ କରିଥିଲେ ବୋଲି ଲତା ଦାବି କରିବା ସହ ତାଙ୍କ ୨୩ ବର୍ଷ ବୟସ୍କ ପୁଅକୁ ପିତାର ପରିଚୟ ପ୍ରଦାନ ପାଇଁ ଗଣମାଧ୍ୟମ ଆଗରେ ଦାବି କରିଥିଲେ । ଏହାପରେ ତାଙ୍କୁ ବାରମ୍ୱାର ଧମକପୂର୍ଣ୍ଣ ଫୋନ କଲ୍ ଆସୁଥିବା ଲତା ଅଭିଯୋଗ କରିଛନ୍ତି ।ଯଦି ତାଙ୍କୁ ନ୍ୟାୟ ନମିଳେ ତେବେ ସେ ନବୀନ ନିବାସ ଆଗରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

lata

ଏହି ଆଧାରରେ ପୋଲିସରେ ମାମଲା ରୁଜୁ ହୋଇଛି । ଦୈତାରୀଙ୍କ ବୋରୋଧରେ ପୋଲିସ ଯେଉଁ ଦଫା ସବୁ ଲଗାଇଛି ସେ ଗୁଡ଼ିକର ବିଶ୍ଳେଷଣ ହେଲା ୪୯୩- ବିବାହିତ ହୋଇ ମଧ୍ୟ ପୁଣି ଆଉଜଣଙ୍କୁ ବିବାହ କରିବା, ୪୧୭- ଠକିବା, ୫୦୬- ଧମକ ଦେବା । ଏହି ମାମଲା ରୁଜୁ ହେବାପରେ ଦୈତାରୀ ପଣ୍ଡାଙ୍କ ଅଡ଼ୁଆ ବଢିବ ବୋଲି ଆଶଙ୍କା କରାଯାଉଛି ।

ପଢନ୍ତୁ; ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

Related posts

ସଲମାନଙ୍କ ସହିତ ଏହି ଫିଲ୍ମରେ ନଜର ଆସିବେ ଦିଶା ପଟାନୀ ! 

ENO Beuro

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

ENO Beuro

କୃଷ୍ଣସାର ମୃଗ ଶିକାର ମାମଲା : ଆଜି ନିର୍ଦ୍ଧାରଣ ହେବ ସଲମାନଙ୍କ ଭାଗ୍ୟ

ENO Beuro

Leave a Comment