EnewsOdia.Com

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

ମାଘ ସପ୍ତମୀରେ ଆଜିଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ସାଧୁସନ୍ଥମାନେ ଖଣ୍ଡଗିରି ପାହାଡରେ ଆରମ୍ଭ କରିବେ ସୂର୍ଯ୍ୟ ଉପାସନା କୁମ୍ଭମେଳାର ଅନ୍ତିମ ପର୍ଯ୍ୟାୟ । ଶାମ୍ବ ଦଶମୀରୁ ଆରମ୍ଭ କୁମ୍ଭମେଳା ପବିତ୍ର ମାଘ ପୂର୍ଣ୍ଣମୀରେ ସମାହିତ ହେବ ।  ତେବେ ଖଣ୍ଡଗିରି ମେଳାର ମୁଖ୍ୟ ଆକର୍ଷଣ ହେଉଛି ଯାତ୍ରା। ଏଥର ୬ଟି ପେଣ୍ଡାଲରେ ୧୨ ଟି ଯାତ୍ରା ପାର୍ଟି ଦର୍ଶକଙ୍କୁ ନୂଆ ନୂଆ ନାଟକ ଭେଟି ଦେବେ। ଗତ ଥର ଯାତ୍ରାରେ ଅଶ୍ଳୀଳତାକୁ ନେଇ ବିବାଦ ପରେ ଏଥର କିନ୍ତୁ ଯାତ୍ରାରେ ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଯାତ୍ରା କମିଟି କହିଛନ୍ତି।

ଅନ୍ୟପକ୍ଷରେ ଖଣ୍ଡଗିରି ମେଳା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି। ଖଣ୍ଡଗିରି ଛକରୁ ଜୟଦେବ ବାଟିକା ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ। ମେଳା ଅବଧି ମଧ୍ୟରେ ଜାତୀୟ ରାଜପଥ କଡ଼ରେ ଗାଡ଼ି ପାର୍କିଂ ହୋଇପାରିବ ନାହିଁ। ଗାଡ଼ି ରଖିବାକୁ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଖୋର୍ଦ୍ଧା ଓ କଟକ ମଧ୍ୟରେ ଭାରିଯାନ ଚଳାଚଳ ଉପରେ ମଧ୍ୟ କମିଶନରେଟ ପୁଲିସ କଟକଣା ଜାରି କରିଛି। ଖୋର୍ଦ୍ଧାରୁ କଟକ ଯାଉଥିବା ଭାରିଯାନ ପୀତାପଲ୍ଲୀରୁ ଚନ୍ଦକା ଦେଇ ବାଲିକୁଦା ଯିବ।

ପଢନ୍ତୁ: ଜିଓ ଲଞ୍ଚ କଲା ଜିଓଟିଭି କ୍ୟାମେରା

ସମ୍ବନ୍ଧିତ ଖବର

ପୁଣି ଆସୁଛି ବର୍ଷା: ୫ରେ ବଙ୍ଗୋପସାଗରରେ ଅବପାତ ସମ୍ଭାବନା

Ratnamani Maharana

ପୁଣି ଭିଜିବ ଓଡିଶା, ବଢିବ ଜାଡ

Ratnamani Maharana

ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

Ratnamani Maharana

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ଆରମ୍ଭ

Ratnamani Maharana

ବ୍ୟାନ୍ ହେବ ପବଜୀ ଗେମ୍!

Ratnamani Maharana

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana