କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

jandis

କଟକ ସହରକୁ ପୁଣି ଲେଉଟିଛି ଜଣ୍ଡିସ। ଶିଖରପୁର ଅଞ୍ଚଳରେ ହଠତ୍ ଜଣ୍ଡିସ ତାର କାୟା ବିସ୍ତାର କରିଛି। ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି।

jandis

ଡ୍ରେନେଜ କାମ ଚାଲୁଥିବାରୁ ପିଇବା ପାଣି ପାଇପଗୁଡ଼ିକ ବିଭିନ୍ନ ସ୍ଥାନରେ ଫାଟିଯାଇଛି । ଫଳରେ ବାହାରର ଆବର୍ଜନା ପାଣିରେ ମିଶି ଜଳ ଦୂଷିତ ହେଉଛି । ଲୋକେ ଏହି ଦୂଷିତ ଜଳ ବ୍ୟବହାର କରୁଥିବାରୁ ଜଣ୍ଡିସରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ପଢନ୍ତୁ; ଆଜି ପବିତ୍ର ମକର ସଂକ୍ରାନ୍ତି,ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More