News

ଏମ୍‌ପିଙ୍କ ସମ୍ପତ୍ତି ତାଲିକା: ରାଜ୍ୟସଭାରେ ସବୁଠାରୁ ଧନୀ ସାଂସଦ ହେବେ ଜୟା ବଚ୍ଚନ

ଜୟାବଚ୍ଚନଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି

ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ପକ୍ଷରୁ ଜୟା ବଚ୍ଚନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସତ୍ୟପାଠରେ ତାଙ୍କ ସମ୍ପତ୍ତି ପରିମାଣ ସେ ଏକ ହଜାର କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି। ଏମ୍‌ପିଙ୍କ ମଧ୍ୟରେ ଜୟାଙ୍କର ସର୍ବାଧିକ ସମ୍ପତ୍ତି ଥିବା ଏଥିରୁ ଜଣାପଡିଛି। ୨୦୧୨ରେ ନାମାଙ୍କନ ପତ୍ର ଦାଖଲ ସମୟରେ ଜୟାଙ୍କ ସମ୍ପତ୍ତି ପରିମାଣ ୪୯୩ କୋଟି ଟଙ୍କା ଏବଂ ଅମିତାଭ ବଚ୍ଚନଙ୍କ ସମ୍ପତ୍ତି ପରିମାଣ ୪୬୦ କୋଟି ଟଙ୍କା ବୋଲି ଦର୍ଶାଯାଇଥିଲା।

ରାଜ୍ୟ ସଭା ପ୍ରର୍ଥୀ ଜୟା ବଚ୍ଚନ ରାଜ୍ୟସଭାରେ ସବୁଠାରୁ ଧନୀ ସାଂସଦ ହେବାକୁ ଯାଉଛନ୍ତି। ଜୟା ଯଦି ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି, ତେବେ ପୂର୍ବରୁ ସବୁଠାରୁ ଧନୀ ସାଂସଦ ଥିବାର ବିଜେପିର ରବୀନ୍ଦ୍ର କିଶୋର ସିହ୍ନା(୨୦୧୪ରେ ସତ୍ୟାପାଠ ଜରିଆରେ ତାଙ୍କ ସମ୍ପତ୍ତି ପରିମାଣ ୮ଶହ କୋଟି ବୋଲି ଦର୍ଶାଇଥିଲେ)ଙ୍କୁ ଜୟା ଟପିଯିବେ। କାରଣ ରାଜ୍ୟ ସଭା ପ୍ରାର୍ଥୀପତ୍ର ଦାଖଲ ପାଇଁ ଜୟା ଯେଉଁ ସତ୍ୟପାଠ କରିଛନ୍ତି, ସେଥିରେ ତାଙ୍କର ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି।

ସତ୍ୟପାଠ ଅନୁଯାୟୀ ବଚ୍ଚନ ଦମ୍ପତ୍ତିିଙ୍କର ୬୨ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ଅଳଙ୍କାର ରହିଛି। ଅମିତାଭଙ୍କର ୩୬ କୋଟି ଟଙ୍କାର ଅଳଙ୍କାର ଥିବା ବେଳେ ଜୟାଙ୍କର ୨୬ କୋଟି ଟଙ୍କାର ଅଳଙ୍କାର ରହିଛି। ସେହିପରି ସେମାନଙ୍କର ରୋଲ ରୟସ, ମର୍ସିଡେଜ୍‌, ରେଞ୍ଜ ରୋଭର ଆଦି ପ୍ରାୟ ୧୩ କୋଟି ଟଙ୍କାର ୧୨ଟି ଦାମି ଗାଡ଼ି ରହିଛି।

ଦମ୍ପତ୍ତିଙ୍କର ୩କୋଟି ୯୧ ଲକ୍ଷ ଟଙ୍କା ମୂଲ୍ୟର ହାତବନ୍ଧା ଘଣ୍ଟା ରହିଛିି। ଅମିତାଭଙ୍କର ଏକ କଲମ ରହିଛି ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା। ସେହିପରି ବଚ୍ଚନ ଦମ୍ପତ୍ତିଙ୍କର ଫ୍ରାନ୍ସରେ ୩୧୭୫ ବର୍ଗ ମିଟରର ଏକ ଘର ଥିବା ବେଳେ ନୋଇଡ଼ା, ଭୋପାଳ, ପୁନେ, ଅହମ୍ମଦାବାଦ ଓ ଗାନ୍ଧୀନଗରରେ ସେମାନଙ୍କର ଭୂସମ୍ପତ୍ତି ଥିବା ଜୟା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

ପଢନ୍ତୁ;

ବିଳମ୍ବିତ ରାତ୍ରି ଯାଏଁ କାମ କରୁଛନ୍ତି କି? ତେବେ ପିଅନ୍ତୁ ଏହି ପାନୀୟ !

Related posts

ଧୋକା ଦେଲା ପ୍ରେମିକ : ଜୀବନ ହାରିଲେ କିନ୍ନର

ENO Beuro

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

ENO Beuro

ରାଉରକେଲାରେ ଏକ ବିଚିତ୍ର ବାହାଘର : ରିସେପସନ ପାର୍ଟିରେ ପହଚିଂଲେ ପ୍ରଥମ ସ୍ୱାମୀ ,ଦେଖାଇଲେ ମ୍ୟାରେଜ ସାର୍ଟିଫିକେଟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More