News

ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ନିମନ୍ତେ ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ରାସ୍ତାରେ ନିର୍ମାଣ ହେବ ସମାନ୍ତରାଳ ରାସ୍ତା

ରାଜଧାନୀ ଭୁବନେଶ୍ୱରର ଯାନବାହନ ଭିଡ ଦିନକୁ ଦିନ ବଢୁଛି । ଟ୍ରାଫିକ ଭିଡ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡୁଛି । ପାର୍କିଂ ଓ ଯାତାୟତରେ ଅସୁବିଧା ଉପୁଜିବା ସହ ବହୁ ଦୁର୍ଘଟଣା ମଧ୍ୟ ଖବରକାଗଜର ପ୍ରୁଷ୍ଠା ମଣ୍ଡନ କରୁଛି । ବିଶେଷକରି ଜୟଦେବ ବିହାର- ନନ୍ଦନକାନନ ଭଳି ମୁଖ୍ୟ ରାସ୍ତାରେ ସବୁଠାରୁ ଅଧିକ ଭିଡ ବଢିବାରେ ଲାଗିଛି । ଏଥି ନିମନ୍ତେ ଏକ ସମାନ୍ତରାଳ ରାସ୍ତା ନିର୍ମାଣ କରାଯିବାର ଯୋଜନା ହେଉଛି ।

ଜୟଦେବବିହାର-ନନ୍ଦନକାନନ ମୁଖ୍ୟ ରାସ୍ତାରେ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ କରିବା ନିମନ୍ତେ ସୈନିକ ସ୍କୁଲ୍ ମୁଖ୍ୟ ଗେଟରୁ ଡମଣା ଛକ ପର୍ୟ୍ୟନ୍ତ (୩.୪୯ କିଲୋମିଟର ବିଶିଷ୍ଟ) ରାସ୍ତା ନିର୍ମାଣ ହେବ । ପ୍ରାୟ ୩୩କୋଟି ଟଙ୍କା ବ୍ୟୟରେ ଏହି ସମାନ୍ତରାଳ ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ସୈନିକ ସ୍କୁଲ୍ ମୁଖ୍ୟ ଫାଟକ ନିକଟରୁ ଆରମ୍ଭ ହେବାକୁ ଥିବା ଏହି ରାସ୍ତା ୬ ଲେନ ବିଶିଷ୍ଟ ହେବ। ଏହି ରାସ୍ତାରେ ଲୋକଙ୍କ ଗମନାଗମନ ପାଇଁ ଫୁଟପାଥ ରହିବା ସହିତ ସାଇକେଲ ଟ୍ରାକର ବ୍ୟବସ୍ଥା ମଧ୍ୟ କରାଯିବ। ବନ୍ୟାଜଳ ନିଷ୍କାସନ ନିମନ୍ତେ ଡ୍ରେନ ସହିତ ସାଧାରଣ ଡ୍ରେନେଜ ବ୍ୟବସ୍ଥାର ବନ୍ଦୋବସ୍ତ ଏହି ରାସ୍ତାରେ ରହିବ।

ସ୍ଥାନୀୟ ଲୋକଙ୍କ ସୁବିଧା ଦୃଷ୍ଟିରୁ ଏହି ରାସ୍ତା ମଧ୍ୟରେ ଏକ ଅଣ୍ଡରପାସ ନିର୍ମାଣ ହେବା ସହ ରାସ୍ତା ଅତିକ୍ରମ କରିବାରେ ସୁବିଧା ନିମନ୍ତେ ଏକ ଫୁଟ ଓଭରବ୍ରିଜ ମଧ୍ୟ ନିର୍ମାଣ କରାଯିବ। ଏହି ବିକଳ୍ପ ରାସ୍ତାକୁ ବର୍ଷେ ଭିତରେ ସାରିବା ନିମନ୍ତେ ବିଡ଼ିଏ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି।

 

ପଢନ୍ତୁ, ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

Related posts

୧୪ ବର୍ଷର ଝିଅର ୭ ମାସର ପିଲା

Krishna Kumar Manoj

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ସୂଚନା, ବନ୍ଦ ହୋଇପାରେ ଆକାଉଂଟ

Krishna Kumar Manoj

ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More