ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା କେବେ ଗର୍ଭବତୀ ହୋଇ ନ ଥିଲେ ତାମିଲନାଡୁ ସରକାର ମାଡ୍ରାସ ହାଇକୋର୍ଟକୁ ଜଣାଇଛନ୍ତି। ଏ ନେଇ ମାଡ୍ରାସ ହାଇକୋର୍ଟରେ ଗତକାଲି ତାମିଲନାଡୁ ସରକାର ୧୯୮୦ରେ ରେକର୍ଡ ହୋଇଥିବା ଫିଲ୍ମଫେୟାର ଆୱାର୍ଡର ଏକ ଭିଡିଓ ଉପସ୍ଥାପନ କରିଥିଲେ।
ତାଙ୍କ ମୃତ୍ୟୁ ପରେ ଅମୃତା ନାମକ ଜଣେ ମହିଳା ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦର୍ଶାଇଥିଲେ ଓ ଏନେଇ ଦାବି ଉପସ୍ଥାପନ କରିଥିଲେ। ପରେ ଏହି ମାମଲା ମାଦ୍ରାସ ହାଇକୋର୍ଟରେ ପହଞ୍ଚିଥିଲା। ଅନୁମତି ଦାବି କରିଥିଲେ ଯେ ତାଙ୍କ ଜନ୍ମ ୧୯୮୦ ଅଗଷ୍ଟ ୧୪ରେ ହୋଇଥିଲା। ଏ କ୍ରମରେ ରାଜ୍ୟ ସରକାର କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ଯେ ୧୯୮୦ରେ ଜୟଲଳିତା ଗର୍ଭବତୀ ହୋଇନଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ଡିସେମ୍ୱର ୫ରେ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଅମୃତା ନିଜକୁ ଜୟଲଳିତାଙ୍କ ଝିଅ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଏହାର ଶୁଣାଣି ହାଇକୋର୍ଟରେ ହେବ ବୋଲି କହିଥିଲେ।
ପଢନ୍ତୁ;ପାକିସ୍ତାନ ମତଦାନ ବେଳେ ହିଂସା:କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୩୧ ମୃତ