Loading...

ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା

ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା

ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା। ସନ୍ଧ୍ୟାରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହା ପରିସରରେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ।

ଏଣିକି ରାତି ୯ଟା ଯାଏ ଖୋଲା ରହିବ ଜୟଦେବ ବାଟିକା। ସନ୍ଧ୍ୟାରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏହା ପରିସରରେ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ। ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲିବା ଲାଗି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିଷ୍ପତ୍ତି ନେଇଛି। ହକି ବିଶ୍ବକପ୍‌କୁ ନଜରରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଦିନ ଲାଗି ପରୀକ୍ଷାମୂଳକ ଭାବେ ପର୍ଯ୍ୟଟକଙ୍କୁ ରାତି ପର୍ଯ୍ୟନ୍ତ ବୁଲିବାକୁ ସୁଯୋଗ ଦିଆଯାଇଥିଲା।

ଏହି ସମୟ ମଧ୍ୟରେ କୌଣସି ପ୍ରକାର ଅସୁବିଧା ପରିଲକ୍ଷିତ ନ ହେବାରୁ ଏବେ ଏହାକୁ ନିୟମିତ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ତେବେ ନୂତନ ବ୍ୟବସ୍ଥାରେ ଦିନ ଅପେକ୍ଷା ରାତିରେ ପ୍ରବେଶ ଟିକେଟ୍‌ ଦର ଅଧିକ ରହିଛି। ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା, ଦିନବେଳା ସାଇକେଲ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ଅପରାହ୍ଣରେ ୧୦ଟଙ୍କା, ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା, ତିନିଚକିଆ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ଣରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ଣରେ ୧୫୦ ଟଙ୍କା କରାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.