News

ପ୍ରେମିକା ଆଗରେ ପ୍ରେମିକଙ୍କ ଆତ୍ମହତ୍ୟା ଘଟଣା : ଜୟଦେବ ବାଟିକାରେ ଫୋରେନସିକ୍ ଟିମର ଅନୁସନ୍ଧାନ

ପ୍ରେମିକାଙ୍କୁ ଦାୟୀ କଲେ ପତ୍ନୀ

ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ପ୍ରେମିକା ଆଗରେ ପ୍ରେମିକ ଆତ୍ମହତ୍ୟା ଘଟଣାରେ ଖୋଳତାଢ ଚଳାଇଛି ପୁଲିସ୍ ଏକ ଘୋରୋଇ ବ୍ୟାଙ୍କ ଶାଖାରେ ମ୍ୟାନେଜର ଥିବା ଶଶୀକାନ୍ତ ପଣ୍ଡା କାହିଁକି ଆତ୍ମହତ୍ୟା କଲେ ସେନେଇ ଅଧିକ ତଦନ୍ତ ଚଳାଇଛି ପୁଲିସ୍ । ଆଜି ଫୋରେନଶିକ୍ ଟିମ୍ ସହ ପୁଲିସ୍ ଜୟଦେବ ବଟିକାକୁ ଯାଇ ଗଛରେ ଲାଗିଥିବା ଓଢଣିକୁ ଜବତ କରିବା ସହ ସେଠାରେ ଅନୁସନ୍ଧାନ କରିଛି । ସେପଟେ ଶଶୀକାନ୍ତଙ୍କ ପ୍ରେମିକାଙ୍କୁ ପୁଲିସ୍ ଅଟକ ରାଖୀ ପଚରାଉଚରା ଚଳାଇଛି ।

ମଙ୍ଗଳବାର ପରିବାର ଲୋକେ ପହଞ୍ଚିବା ପରେ ପୁଲିସ୍ ଶଶୀକାନ୍ତଙ୍କ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଥିଲା । ଶଶୀକାନ୍ତଙ୍କ  ପତ୍ନୀ ମାମୁନି ବାରିକ କିନ୍ତୁ ସ୍ଵାମୀଙ୍କ ଆତ୍ମହତ୍ୟାକୁ ବିଶ୍ଵାସ କରୁନଥିବା କହିଛନ୍ତି । କାରଣ ଶଶୀକାନ୍ତ ତାଙ୍କୁ ମଧ୍ୟ ପ୍ରେମ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ତେଣୁ ତାଙ୍କ ସ୍ଵାମୀଙ୍କୁ ହତ୍ୟାକରି ଟାଙ୍ଗି ଦିଆଯାଇଥିବା ସେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି।

ଯଦି ପ୍ରେମିକା କୁହାଯାଉଥିବା ମଧୁସ୍ମିତାଙ୍କ ଆଗରେ ସେ ଆତ୍ମହତ୍ୟା କଲେ ତେବେ ସେ ବାରଣ କଲେ ନାହିଁ କାହିଁକି । ତାଙ୍କ ନିଜ ପିନ୍ଧା ଓଢଣିକୁ ଶଶୀକାନ୍ତଙ୍କ ହାତକୁ ବଢାଇ ଦେଲେ କାହିଁକି ? ତା’ ପରେ ଜଣେଆତ୍ମହତ୍ୟା କରିବ ବୋଲି କହି ତାଙ୍କଠାରୁ ଓଢଣି ନେଇ ଗଛରେ ଗଛରେ ଚଢିଲେ । ସେଠାରେ ବେକରେ ଗୁଢାଇ ଝୁଲିଲେ , ଅଥଚ ମଧୁସ୍ମିତା ପ୍ରତିବାଦ କଲେ ନାହିଁ  କାହିଁକି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପାଇଁ ମଧୁସ୍ମିତା ହିନ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।

ଶଶୀକାନ୍ତଙ୍କ ଘର ବାଲେଶ୍ଵରର ସୋର ଅନ୍ତର୍ଗତ କୃଷ୍ଣପୁର । ସେ ବରମୁଣ୍ଡାର ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଥିଲେ । ସେହି ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ମଧୁସ୍ମିତା ତ୍ରିପାଠୀ ନାମ୍ନୀ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଶଶୀକାନ୍ତ ବିଭାହୀତ ବୋଲି ମଧୁସ୍ମିତାଙ୍କୁ ଜଣାଇ ନ ଥିଲେ । ଦୀର୍ଘଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ଚାଲିଥିଲା ।

ଶଶିକାନ୍ତ ବିଭାହ କରିଥିବା ମଧୁସ୍ମିତା ଜାଣିସାରିଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତାଙ୍କ ସହ ଆଉ ସମ୍ପର୍କ ରଖିବେ ନାହିଁ ବୋଲି କହି ଚାଲିଯାଉଥିବା ବେଳେ ଶଶିକାନ୍ତ ତାଙ୍କ ଓଢଣି ଟାଣି ଧରିଥିଲେ । ଓଢଣି ଛାଡି ମଧୁସ୍ମିତା ପାଳାଇ ଯାଉଥିଲେ ।

ଏହା ଦେଖି ପ୍ରେମିକା ଭୟଭୀତ ହୋଇପଡ଼ିବା ସହ ଦୌଡ଼ିଯାଇ ସିକ୍ୟୁରିଟି ଗାର୍ଡଙ୍କୁ ଡାକିଥିଲେ। ସିକ୍ୟୁରିଟି ଗାର୍ଡ ଆସି ଯୁବକଙ୍କୁ ତଳକୁ ଓହ୍ଲାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା । ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା । ମୃତଦେହକୁ ଜବତ କରିବା ସହ ମୁଢୁସ୍ମିତାଙ୍କୁ ନେଇ ମହିଳା ଥାନାରେ ଅଟକ ରଖିଥିଲା ।

ପ୍ରେମିକା ଆଗରେ ପ୍ରେମିକଙ୍କ ଆତ୍ମହତ୍ୟା ଘଟଣା : ଜୟଦେବ ବାଟିକାରେ ଫୋରେନସିକ୍ ଟିମର ଅନୁସନ୍ଧାନ a

ପଢନ୍ତୁ ;

କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

Related posts

ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

ENO Beuro

ଲୋକସଭାରେ ଅପରାଧ ଆଇନ ସଂଶୋଧନ ବିଲ୍ ଗୃହିତ: ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ

ENO Beuro

ଆଜିଠୁ ପବିତ୍ର ରମଜାନ ମାସ ଆରମ୍ଭ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More