News

ଡାକ୍ତରଖାନାରେ ଓଲିଉଡର କମେଡି କିଙ୍ଗ ଜୟୀରାମ ସାମଲ

ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି

ଓଲିଉଡର କମେଡି କିଙ୍ଗ୍‌ ଜୟୀରାମ ସାମଲଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଜୟୀ କଟକ ତୁଳସୀପୁରସ୍ଥିତ ବାସଭବନରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଭୁବନେଶ୍ୱରସ୍ଥିତ କିମ୍‌ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା । ରିପୋର୍ଟରେ ତାଙ୍କ ଛାତିରେ ବ୍ଲକେଜ ଥିବା ଜଣାପଡଥିଲା। ଆଜି ତାଙ୍କ ଛାତିରେ ଅସ୍ତ୍ରୋପଚାର ହୋଇଛି। ଏବେ ସେ ଆଇସିୟୁରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଡାକ୍ତର ସୂଚନା ଦେଇଛନ୍ତି।

jayee

ତାଙ୍କର ଅସୁସ୍ଥତା ଖବର ପାଇଁ ଓଡ଼ିଆ ସିନେ କଳାକାରମାନେ ତାଙ୍କୁ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଜର ଅଭିନୟ ପାଇଁ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତ।୧୯୭୦ ମସିହାରୁ ହାସ୍ୟ ଅଭିନେତା ଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜାଇଫୁଲ, ଜଗା ବଳିଆ, ଯାଯାବର, ଜନନୀ, ପ୍ରତିଧ୍ୱନି , ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଆରତୀ, କାବେରୀ, ସ୍ୱପ୍ନ ସାଗର, ବାସନ୍ତୀ, ଅପା ଭଳି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ଏହି କଳାକାର।

ପଢନ୍ତୁ; ଆଜି ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ପବିତ୍ର ଅସ୍ଥି

Related posts

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର !

ENO Beuro

ଇଣ୍ଡୋନେସିଆର ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

ENO Beuro

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More