19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ଆଜିଠୁ ଆରମ୍ଭ ଜେଇଇ ମେନ୍‌ ପରୀକ୍ଷା

ଦେଶରେ ଥିବା ସମସ୍ତ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍ ଆରମ୍ଭ ହେଉଛି ।  ଜାନୁଆରି ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ମୋଟ ୨୩୩ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ଯେଉଁଠାରେ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ରାଜ୍ୟର ୭ଟି ସହରରେ ପରୀକ୍ଷା ଦେବେ ଓଡିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ।

ଆଜି ପ୍ରଥମେ ସକାଳ ୯.୩୦ରୁ ପ୍ରଥମ ସିଟିଂ ଆରମ୍ଭ ହୋଇ ସାଢେ ୧୨ଟାରେ ସରିବ । ସେହିପରି  ଦ୍ବିତୀୟ ସିଟିଂପରୀକ୍ଷା ୨.୩୦ରେ ଆରମ୍ଭ ହୋଇ ୫.୩୦ରେ ସରିବ । ପରୀକ୍ଷାର୍ଥୀମାନେ ସାଥିରେ ଆଡମିଟ୍‌ କାର୍ଡ, ଫଟୋ ଓ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା ଦୁଇଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନେ ଯାଞ୍ଚ ପାଇଁ କେନ୍ଦ୍ରରେ ପ୍ରବେଶ କରିବେ । ଛାତ୍ରଛାତ୍ରୀମାନେ କୌଣସି ପ୍ରକାର ବୈଦ୍ୟୁତିକ ଉପକରଣ, ଘଣ୍ଟା, ପାଣି ବୋତଲ, ଓ ଖାଦ୍ୟ ପ୍ୟାକେଟ୍‌ ପରୀକ୍ଷା କେନ୍ଦ୍ର ଭିତରକୁ ବାରଣ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନ୍‍ଟିଏ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ପଢନ୍ତୁ: ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ

Related posts

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ଡିଗ୍ରି କଲେଜରେ ସ୍କୁଲ ଭଳି ଆରମ୍ଭ ହେବ ଏକ୍ସଟ୍ରା କ୍ଲାସ

Ratnamani Maharana

ସ୍ୱଚ୍ଛତା ପାଇଁ ମଦ ଦୋକାନୀଙ୍କୁ ୧ଲକ୍ଷ ଜରିମାନା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More