EnewsOdia.Com

ଆଜି ହିଁ ପ୍ରସ୍ତୁତ କରନ୍ତୁ ‘ଜିରା ଚିକେନ’

ନନଭେଜ୍ ବାର ଆସିଲେ ଆମେ କିଛି ନନଭେଜର ନୂଆ ରେସିପି ବନାଇବାକୁ ଚାହିଁଥାନ୍ତି। ନନଭେଜ୍ ଖାଇବାକୁ କିଏ ବା ନଭଲପାଏ। ଆଉ ସେହି ନନଭେଜରେ କିଛି ନୂଆ ସ୍ବାଦ ଏବଂ ନୂଆ ଡିସ ମିଳିଗଲେ ଆପଣଙ୍କ ଖୁସି ଦ୍ବିଗୁଣିତ ହୋଇଯାଏ। ତେବେ ଚିକେନ କରିବାର ଏହି ନୂଆ ରେସିପି ବିଷୟରେ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ

ଚିକେନ – ୫୦୦ ଗ୍ରାମ, ଘିଅ – ୪ ଚାମଚ, କଟା ପିଆଜ – ୨ଟି, ଅଦା ରସୁଣ ବଟା – ଆବଶ୍ୟକ ଅନୁସାରେ, ଗୋଟା ଜିରା – ୩ ଚାମଚ, ଜିରା ଗୁଣ୍ଡ – ୧ ଚାମଚ, ଗରମ ମସଲା – ୧ ଚାମଚ, ହଳଦୀ ଗଣ୍ଡ – ଆବଶ୍ୟକ ପରିମାଣରେ, ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ, ଲୁଣ – ସ୍ବାଦ ଅନୁସାରେ, ଲେମ୍ବୁ ରସ – ୧ ଚାମଚ, କଟା ଧନିଆ ପତ୍ର – ଆବଶ୍ୟକ ପରିମାଣରେ, ଗୋଲମରିଚ ଗୁଣ୍ଡ – ୧ ଚାମଚ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଦିଅନ୍ତୁ। ସେଥିରେ ଅଳ୍ପ ହଳଦୀ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଗ୍ୟାସରେ କଡ଼େଇ ବସାଇ ଏଥିରେ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ କଟା ପିଆଜ, ଗୋଟା ଜିରା ପକାଇ ଭାଜନ୍ତୁ। ଭାଜି ହେବା ପରେ ଅଦା ରସୁଣ ବଟା, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ପାତ୍ରରେ ରଖିଥିବା ଚିକେନ ପକାଇ ଅଳ୍ପ ପାଣି ଦେଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିଯିବା ପରେ ଏଥିରେ ଲେମ୍ବୁରସ, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର ପକାଇ ୫ ମିନିଟ୍ ଗ୍ୟାସରେ ବସାନ୍ତୁ। ତାପରେ ଏହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଜିରା ଚିକେନ୍‌। ଏବେ ଏହାକୁ ଏକ ପାତ୍ରକୁ କାଢି ଗରମା-ଗରମ ଖାଆନ୍ତୁ ଓ ଜିରା ଚିକେନର ମଜା ନିଅନ୍ତୁ ।

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ମଛଲୀ ଚମନ୍’

ସମ୍ବନ୍ଧିତ ଖବର

ଖ୍ରୀଷ୍ଟମାସ ପାର୍ଟି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ‘ଭାନିଲା କ୍ରିସେଣ୍ଟ’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା “ଭେଜ୍‌ ମଞ୍ଚୁରିୟାନ “

Ratnamani Maharana

ଜାଣନ୍ତୁ କିପରି ପ୍ରସ୍ତୁତ କରାଯାଏ ‘ମଶରୁମ ପକୋଡା’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ‘ମୂଳା ରାଇତା’

Ratnamani Maharana

ଆସନ୍ତୁ ତିଆରି କରିବା ଭଦ୍ରକର ପ୍ରସିଦ୍ଧ ‘ପାଳୁଅ ଲଡ଼ୁ’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

Ratnamani Maharana