News

ହେବାକୁ ଯାଉଛି ବିଶ୍ଵର ସବୁଠୁ ମହଙ୍ଗା ଛାଡପତ୍ର: ଅଲଗା ହେବେ ବେଜୋସ ଦମ୍ପତି

୩ ମାସରେ ଅଲଗା ହେବେ ଜେଫ ବେହୋସ ଏବଂ ତାଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ

ଆମାଜନର ପ୍ରତିଷ୍ଠାତା  ଏବଂ ବିଶ୍ଵର ସବୁଠୁ ଧନୀ  ବ୍ୟକ୍ତି ଜେଫ ବେଜୋସ  ଏବଂ ତାଙ୍କ ପତ୍ନୀ ମ୍ୟାକେଞ୍ଜି ବେଜୋସ ହେବାକୁ ଯାଉଛନ୍ତି ଅଲଗା। ଦୁହେଁ ପରସ୍ପର ଆପୋସ ବୁଝାମଣା ଅଲଗା ହେବା ପାଇଁ ରାଜି ହୋଇଛନ୍ତି। କୋର୍ଟଙ୍କ ଶୁଣାଣି ପରେ ଆସନ୍ତା ୩ ମାସ  ମଧ୍ୟରେ ହୋଇଯିବେ ଅଲଗା। ୯୦ ଦଶକରେ ଦୁହେଁ କରିଥିଲେ ବିବାହ। ଉଭୟ ନିୟୁଅର୍କ ସ୍ଥିତ ଏକ ଘରୋଇ କମ୍ପାନୀରେ  ଚାକିରି କରିଥିଲେ। ବିବାହ ପରେ ହିଁ ଜେଫ ଆମାଜନ ଗଢିଥିଲେ। ଉଭୟଙ୍କର ଏବେ ୪ଟି ସନ୍ତାନ   ରହିଛନ୍ତି।

ତେବେ ସହମତି ଅନୁସାରେ ଅମଜନରେ ଥିବା ୧୪୪୦୦କୋଟି  ଡଲାରର ଯୁଗ୍ମ ଷ୍ଟକ ମଧ୍ୟରୁ ଜେଫଙ୍କ ନିକଟରେ ୭୫% ଓ ମ୍ୟାକେଞ୍ଜିଙ୍କ ପାଖରେ ୨୫% ଅଂଶ ରହିବା। ଏଥିସହିତ ମ୍ୟାକେଞ୍ଜି ବିଶ୍ଵର ତୃତୀୟ ବୃହତ ଧନୀ ମହିଳା ପାଲଟି ଯିବେ। ତେବେ ବୋଜୋସ ଦମ୍ପତି ଚଳିତ ବର୍ଷ ଜାନୁଆରୀରେ ନିଜର ୨୬ ବର୍ଷର ସଂପର୍କକୁ ସମାପ୍ତ କରିବା ନେଇ ଟୁଇଟରରେ ସାର୍ବଜନୀନ କରିଥିଲେ।


ପଢନ୍ତୁ: ନିର୍ବାଚନୀ ପ୍ରଚାରରେ ମାଳ ମାଳ ଷ୍ଟାର ପ୍ରଚାରକ

Related posts

ମୁଖ୍ୟମନ୍ତ୍ରୀଙ୍କ ‘ମୋ ସ୍କୁଲ’ଯୋଜନା: ୧୬ ଜିଲ୍ଲା ୧୩୯୮ ସ୍କୁଲ ସାମିଲ

ENO Beuro

ବଡ଼ଦିନ ସୁଦ୍ଧା ବ୍ୟାରେଲ ପିଛା ତୈଳ ଦର ୮୦ ଡଲାର ଟପିଯିବ

ENO Beuro

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

Leave a Comment