News

ପୁଲ୍‌ଓ୍ଵାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ ଆଜାହରଙ୍କ ପୁତୁରା ‘ମହମ୍ମଦ ଉମର’

jem

ଆକ୍ରମଣର ମାଷ୍ଟରମାଇଣ୍ଡ ‘ମହମ୍ମଦ ଉମର’

ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଜାହରଙ୍କ ପୁତୁରା ‘ମହମ୍ମଦ ଉମର’ ବୋଲି ଭାରତର ଏକ ଗୁଇନ୍ଦା ସଂସ୍ଥା ସନ୍ଦେହ କରିଛି ।

ଆକ୍ରମଣ ସମୟରେ ନିହତ କରାଯାଇଥିବା ୨୨ ବର୍ଷିଅ ଆତଙ୍କବାଦୀ ଆଦିଲ ଅହମଦର ମୃତଦେହ ମିଳି ପାରି ନାହିଁ । ନିଜର ନାମ ଗୋପନ ରଖିବା ସହିତ ସର୍ତ୍ତରେ ସୁରକ୍ଷା ସଂପର୍କୀତ ଜଡ଼ିତ ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀରର ମୁଜଫରାବାଦ ଠାରେ ବୋମା ପ୍ରସ୍ତୁତ ହୋଇଥିଲା । ଅଧିକାରୀ ବୋମା ପ୍ରସ୍ତୁତକାରୀଙ୍କ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।

ବିସ୍ଫୋରଣସ୍ଥଳର ଅବସ୍ଥା ତଦନ୍ତରେ ବାଧା ଦେଉଥିବା କଥା ଅଧିକାରୀମାନେ କହୁଛନ୍ତି। ସେଠାରେ ତୁଷାର ଓ କର୍ଦମ ଭରି ରହିଛି। ବିସ୍ଫୋରଣ ଏଡ଼େ ପ୍ରଚଣ୍ଡ ଥିଲା ଯେ ତାହା ମଣିଷର ଦେହାବଶେଷ ଓ ଯାନବାହନର ଅଂଶ ବିଶେଷ ଛିନଭିନ କରି ପକାଇଛି। ଆତ୍ମଘାତୀ ବୋମାରେ ଗାଡ଼ିର ଏକ୍ସିଲ୍‌ ବ୍ୟବହାର ହୋଇଥିବା କଥା ସେମାନେ ବିଶ୍ୱାସ କରୁଛନ୍ତି।ସିଆରପିଏ ପକ୍ଷରୁ ୭୮ଟି ବସରେ ୨୮୭୧ ଯବାନ ନିଜର ଗନ୍ତବ୍ୟ ପଥରେ ଥିଲେ । ଏଥିରେ ୧୬ଟି ବୁଲେଟ ପ୍ରୁଫ ବଙ୍କର ଥିଲା । ପ୍ରାୟ ୩ଟା ୩୦ ବେଳକୁ ଆତଙ୍କବାଦୀ ଘଟଣା ହୋଇଥିଲା ।

ପଢନ୍ତୁ; ପାକିସ୍ତାନକୁ ମୋଷ୍ଟ ଫେଭରଡ ନେସନ ମାନ୍ୟତାରୁ କଟିଲା ଭାରତ

Related posts

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

ENO Beuro

ଡ୍ରେନ ଖୋଳାବେଳେ ଭୁଶୁଡିଲା କାନ୍ଥ,୩ ଗୁରୁତର

ENO Beuro

ଆଜିଠାରୁ ସଂସଦର ଶୀତ ଅଧିବେଶନ

ENO Beuro

Leave a Comment