News

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ ଟି ସୁରକ୍ଷା ଦୃଷ୍ଟିରୁ ଦିଗ ବଦଳାଇଛି ଓ  ଅହମ୍ମଦାବାଦରେ ଅବତରଣ କରିଛି । ଗୋଳାବାରୁଦ ବିମାନରେ ଅଛି ଓ ଏକ ଧମକପୂର୍ଣ୍ଣ ଚିଠି ବିମାନର ବାଥରୁମରୁ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ବିମାନରେ ଯେଉଁ ବ୍ୟକ୍ତି ଏହି ଚିଠି ରଖିଥିଲେ ତାଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି ।

ଗତକାଲି ରାତି ପ୍ରାୟ ୨ଟା ୫୫ ମିନିଟରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଜେଟ ଏୟାରୱେଜର ୯ଡବ୍ଲୁ୩୩ ବିମାନ ଉଡାଣ ଭରିଥିଲା । କିନ୍ତୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ବିମାନ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା ।  ବିମାନର ବାଥରୁମରୁ ମିଳିଥିବା ଉର୍ଦ୍ଦୁ ଭାଷାରେ ଲେଖାଥିବା ଏକ ଚିଠିରେ ବିମାନକୁ ଅପହରଣ କରିବା ପାଇଁ ଧମକ ଦିଆଯାଇଥିଲା । ବିମାନକୁ ଅପହରଣକାରୀ ହାଇଜାକ କରିସାରିଛନ୍ତି । ତେଣୁ ଦିଲ୍ଲୀ ପରିବର୍ତ୍ତେ ସିଧାସଳଖ ଏହାକୁ ପିଓକେ ନେବା ପାଇଁ ଚିଠିରେ ଉଲ୍ଲେଖ ଥିଲା । ଯଦି ବିମାନଟି ଦିଲ୍ଲୀରେ ଅବତରଣ କରେ ତେବେ ବଡ ଧରଣର ବିସ୍ଫୋରଣ ହେବ ବୋଲି ଚିଠିରେ ଉଲ୍ଲେଖ ଥିଲା ।

ଏଭଳି ଚିଠି ବିମାନରୁ ମିଳିବା ପରେ ତୁରନ୍ତ ବିମାନକୁ ୩ଟା ୪୫ ମିନିଟରେ ଅହମ୍ମଦାବାଦ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ବିମାନବନ୍ଦର ସୁରକ୍ଷାକର୍ମୀଙ୍କ କହିବା ଅନୁଯାୟୀ, ବିମାନକୁ ଅପହରଣ କରିବା ପାଇଁ ଧମକପୂର୍ଣ୍ଣ ଫୋନକଲ ଆସିବା ପରେ ବିମାନର ରୁଟରେ ପରିବର୍ତ୍ତନ କରି ଏହାକୁ ଅହମ୍ମଦାବାଦରେ ଅବତରଣ କରାଯାଇଛି । ବିମାନର ଯାଉଥିବା ଏକ ଯାତ୍ରୀଙ୍କ କହିବା ଅନୁଯାୟୀ, ସୁରକ୍ଷା ସମ୍ବନ୍ଧୀୟ କାରଣ ପାଇଁ ବିମାନକୁ ଅହମ୍ମଦାବାଦରେ ଅବତରଣ କରି ସମସ୍ତ ଯାତ୍ରୀଙ୍କର ପୁର୍ନବାର ଯାଞ୍ଚ କରାଯାଇଥିଲା ।

ଏହି ବିମାନଟିରେ ୭ ଜଣ ବିମାନ କର୍ମଚାରୀଙ୍କ ସହିତ ୧୨୨ ଜଣ ଯାତ୍ରୀ ଥିଲେ ।

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

ପଢନ୍ତୁ, ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

Related posts

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ENO Beuro

ନୂଆ ବର୍ଷରେ ନୂଆ ଅବଢା ଦର, ଆରମ୍ଭ ହେବ ଅନଲାଇନ ଟିକେଟ ଦର୍ଶନ ବ୍ୟବସ୍ଥା

ENO Beuro

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍

ENO Beuro

Leave a Comment