News

ଆଜି ରାତିରୁ ବନ୍ଦ ହେବ ଜେଟ ଏୟାରୱେଜ୍

ଋଣ ବୋଝରେ ବୁଡ଼ିଥିବା ଜେଟ୍‌ ଏୟାରୱେଜ୍‌  ଶେଷରେ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି। ବୁଧବାର ରାତିରୁ ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିବା ଜେଟ୍‌ ଏୟାରୱେଜ୍‌ ପକ୍ଷରୁ କୁହାଯାଇଛି। ବୁଧବାର ରାତିରୁ ସବୁ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଥିବା ଜେଟ୍‌ ଏୟାରୱେଜ୍‌ ପକ୍ଷରୁ କୁହାଯାଇଛି। ଆଜି ରାତି ୧୦.୩୦ରେ ଏୟାରୱେଜ ଶେଷ ଉଡାଣ ଭରିବ ଓ ଯାହା ଅମୃତସରକୁ  ଯିବ ବୋଲି ଜଣାପଡିଛି ।

ଜେଟ ଏୟାରୱେଜର ଏମରଜେନ୍ସି ଫଣ୍ଡ  ଦାବିକୁ ବ୍ୟାଙ୍କ ଅଗ୍ରାହ୍ୟ କରିଦେଇଥିଲା ।ଯେ ପର୍ଯ୍ୟନ୍ତ ବ୍ୟାଙ୍କର ପ୍ରକିୟା ପୂରା ହେବନାହିଁ ସେ ପର୍ଯ୍ୟନ୍ତ ଜେଟକୁ ଲୋନ ମିଳିପାରିବ ନାହିଁ ବୋଲି କହିଥିଲା ବ୍ୟାଙ୍କ । ଆଉ ଜେଟକୁ  ଅତିରିକ୍ତ ଲୋନ ଦେବାପାଇଁ ସଫା ସଫା ମନା କରିଦେଇଥିଲା ।ଏୟାରଲାଇନ କମ୍ପାନୀ ଉପରେ ୮ ହଜାର କୋଟି  ଟଙ୍କାରୁ ଉର୍ଦ୍ଧ ଟଙ୍କା ବକେୟା ଅଛି ।ଜେଟ ଏୟାରୱେଜ୍ ପ୍ରଥମରୁ ନିଜର ଅନ୍ତରାଷ୍ଟ୍ରୀୟ ପରିଚାଳନାକୁ ୧୮ ଏପ୍ରେଲ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ଘୋଷଣା କରିସାରିଛି। ଅନ୍ୟପେଟ ଜେଟ୍‌ ଏୟାରୱେଜ୍‌ର ନିଲାମ ଲାଗି ପ୍ରକ୍ରିୟା  ଆରମ୍ଭ ହୋଇସାରିଛି। ନିଲାମ ଶେଷ ପରେ ସଂସ୍ଥାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଇପାରେ ବୋଲି ସଂସ୍ଥା ଆଶା ରଖିଛି।

ପଢନ୍ତୁ: ପାକିସ୍ତାନର ‘ରିଭର୍ସ ସ୍ବିଙ୍ଗ’ ବଲରେ ‘ହେଲିକାପ୍ଟର ସଟ’ ଲଗାଇବେ ଭାରତୀୟ ଭୋଟର: ନରେନ୍ଦ୍ର ମୋଦି

Related posts

ମଝି ଆକାଶରେ ୨୦ ମିନିଟ୍‌ର ଆତଙ୍କ : ମହିଳା ପାଇଲଟଙ୍କ ଯୋଗୁ ବଞ୍ଚିଲା ୧୪୮ ଜୀବନ

ENO Beuro

ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Ratnamani Moharana

ଘାଟିକୁ ଖସିଲା ବସ୍, ୧୧ ମୃତ

ENO Beuro

Leave a Comment