News

ଜେଟ ଏୟାରୱେଜକୁ ଝଟକା: ଅନ୍ତରୀଣ ସହାୟତା ପାଣ୍ଠି ଦେବାକୁ ମନା କଲେ ବ୍ୟାଙ୍କ

ଜେଟ ଏୟାରୱେଜକୁ ଆଜି ପୁଣି ବଡ ଧରଣର ଝଟକା ଲାଗିଛି। ବ୍ୟାଙ୍କଗୁଡିକ ଏହାକୁ ଅନ୍ତରୀଣ ସହାୟତା ପାଣ୍ଠି  ଦେବାକୁ ରୋକଠୋକ ମନା କରିଛନ୍ତି। ଫଳରେ କମ୍ପାନୀ ଆଗକୁ କେଉଁ ଦିଗକୁ ବଢିବ ତାହାକୁ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ଯାଙ୍କ ଏବଂ କମ୍ପାନୀ  ମ୍ୟାନେଜମେଣ୍ଟ ମଧ୍ୟରେ ଏକ ଗୁରୁତ୍ବପୂର୍ଣ ବୈଠକ ସୋମବାର ହୋଇଥିଲା। ଏହି ବୈଠକରେ ବ୍ୟାଙ୍କଗୁଡିକ କମ୍ପାନୀକୁ ୧୫୦୦ କୋଟି ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେବାରଥିଲା ହେଲେ ମାତ୍ର ୨୫୦ କୋଟି ଟଙ୍କା ଦେଇଛନ୍ତି। ବର୍ତମାନ ଏମାନେ ଅତିରିକ୍ତ ପାଣ୍ଠି  ପାଇଁ ବ୍ୟାଙ୍କ ଗୁଡିକ ମନା କରିଦେଇଛନ୍ତି।

ବ୍ୟାଙ୍କଗୁଡିକ ସହାୟତା ଯୋଗାଇବାକୁ ମନା କରିଦେଇଥିବାରୁ ଏପ୍ରିଲ ୧୮ ଯାଏ ଆନ୍ତର୍ଜାତୀୟ ଉଡାଣକୁ ବାତିଲ କରିଦେଇଛି। ୧୧୯ରୁ ବର୍ତ୍ତମାନ ୭ଟି ବିମାନ ଉଡୁଛି। କମ୍ପାନୀ ଉପରେ ୮୦୦୦ କୋଟି  ଟଙ୍କାରୁ ଉର୍ଦ୍ଧ ଋଣ ରହିଛି।

ପଢନ୍ତୁ: ରାଫେଲ ପାଇଁ ବିବାଦ ଘେରରେ ଛତିଶଗଡର ଛୋଟ ଗାଁ

Related posts

୩୧ରୁ ବଜେଟ ଅଧିବେଶନ,ଫେବୃୟାରୀ ୧ରେ ଅନ୍ତିରୀଣ ବଜେଟ

ENO Beuro

ଜୋର ଧରିଲା “ମି ଠୁ” ଅଭିଯାନ,କୋର୍ଟ ଗଲେ କେନ୍ଦ୍ରମନ୍ତ୍ରୀ ଏମ୍‌. ଜେ. ଆକବର

ENO Beuro

ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ସୀତାଂଶୁ କର

ENO Beuro

Leave a Comment