• Home
  • News
  • ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା
News

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ପୁରୀ ସମୁଦ୍ରକୁ ବହୁ ପର୍ଯ୍ୟଟକ ପରିଦର୍ଶନରେ  ଆସନ୍ତି । ସମୁଦ୍ରରେ ସ୍ନାନ ବେଳେ ବହୁଲୋକ ଜୀବନ ହାରୁଛନ୍ତି । ସେଥିପାଇଁ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ରକ୍ଷାପାଇଁ ପୁରୀ ସମୁଦ୍ରରେ ଆରମ୍ଭ ହେଇଛି ଜୀବନ ରକ୍ଷକ ଜେଟ୍‌ସ୍କି ବ୍ୟବସ୍ଥା । ଆଜି ଠାରୁ ଏହା ପୁରୀ ସମୁଦ୍ରରେ କାମ କରିବା ଆରମ୍ଭ କରିଛି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି ଏକ ବ୍ୟବସ୍ଥା କରାଯାଇଛି । ଜୀବନ ରକ୍ଷକ ଜେଟ୍‌ସ୍କି ଫଳରେ ସମୁଦ୍ର ସ୍ନାନ ଜନିତ ମୃତ୍ୟୁ ସଂଖ୍ୟା କମିବ ବୋଲି ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ସୂଚନା ଦେଇଛନ୍ତି ।

ଗତ କାଲି (୧୪ ସେପ୍ଟେମ୍ବର) ଏଠାରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଶ୍ରୀ ବିନୟ ବେହେରା ଲୋକାର୍ପଣ କରିଛନ୍ତି । ବର୍ତମାନ କେବଳ ଗୋଟିଏ ଜେଟ୍‌ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କାର୍ଯ୍ୟରେ ନିୟୋଜିତ ହେଇଛି ଏବୋଂ ଖୁବ ଶୀଘ୍ର  ଆଉ ଗୋଟିଏ ଆସିବାର ଯୋଜନା ରହିଛି । ଏହି ମେସିନ୍‌ର ବଜାର ଦର ୧୯ ଲକ୍ଷ ଟଙ୍କା ରହିଛି ।

ଏହି କାର୍ଯ୍ୟକ୍ରମରେ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ, ଆଇଜି ଡା. ସନ୍ତୋଷ ବାଲା, ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ବ୍ରଜେନ୍ଦୁ ଭୁଷଣ ଦାସ, ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ ଏବଂ ଡେପୁଟି ଉପ-ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତ ଥିଲେ ।

ସୂଚାନାଯୋଗ୍ୟ ପୁରୀ ସମୁଦ୍ରରେ ସ୍ନାନ ବେଳେ ଦୁର୍ଘଟଣା ସ୍ଥିତି ଉଦ୍‌ବେଗଜନକ ରହିଛି । ୨୦୧୭ରେ ଏ ପର୍ଯ୍ୟନ୍ତ ସମୁଦ୍ରରେ ସ୍ନାନ ବେଳେ ୭ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତ୍ୟେକ ବର୍ଷ ଡକରା, ଉଦ୍ଧାର ଓ ମୃତ୍ୟୁସଂଖ୍ୟା ଉଦ୍‌ବେଗ ଜନକ ଭାବରେ ବଢ଼ି ବଢ଼ି ଚାଲିଛି । ଏହି ଜେଟସ୍କି ସମୁଦ୍ରଜଳରେ ଭାସି ସ୍ନାନରତ ପର୍ଯ୍ୟଟକମାନଙ୍କ ଉପରେ କଡ଼ା ନଜର ରଖିବ ।

ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା  ପୁରୀ ସମୁଦ୍ରରେ ଜୀବନ ରକ୍ଷକ ଜେଟ୍‌ସ୍କି, ଅଗ୍ନିଶମ ସେବା ସଂସ୍ଥା ଡିଜି ବିନୟ ବେହେରା ଙ୍କ ସୂଚନା

ଅଧିକ ଜାଣନ୍ତୁ ଡକୁମେଣ୍ଟାରୀ ଫିଲ୍ମ ସମ୍ବଲପୁରୀ ୱେଭର୍ସ ବିଷୟରେ ।

Related posts

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

Krishna Kumar Manoj

ହନିପ୍ରୀତ ଇନସାନ ସମସ୍ତଙ୍କ ନିରବତାକୁ ଭଙ୍ଗ କରିଛନ୍ତି, କରିପାରନ୍ତି ଆତ୍ମସମର୍ପଣ

Krishna Kumar Manoj

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More