Loading...

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ‘କଲ୍ ହୋ ନା ହୋ’ର ଜିୟା

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ‘କଲ୍ ହୋ ନା ହୋ’ର ଜିୟା

୯୦ଦଶକର ସୋ’ ‘କରିସ୍ମା କା କରିସ୍ମା’ ସେ ସମୟରେ ଲୋକପ୍ରିୟ ସୋ’ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା। ପିଲାମାନେ ଏହାକୁ ବହୁତ ଆଗ୍ରହର ସହ ଦେଖୁଥିଲେ। ଯଦି ଆପଣ ମଧ୍ୟ ଏହି ସୋ’ ଦେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ସେହି ସୁନ୍ଦର ଛୋଟ ଝିଅକୁ ମନେ ରଖିଥିବେ, ଯିଏ ‘କରିସ୍ମା କା କରିସ୍ମା’ରେ କରିସ୍ମା ଚରିତ୍ରରେ ନଜର ଆସୁଥିଲେ।

୯୦ଦଶକର ସୋ’ ‘କରିସ୍ମା କା କରିସ୍ମା’ ସେ ସମୟରେ ଲୋକପ୍ରିୟ ସୋ’ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା। ପିଲାମାନେ ଏହାକୁ ବହୁତ ଆଗ୍ରହର ସହ ଦେଖୁଥିଲେ। ଯଦି ଆପଣ ମଧ୍ୟ ଏହି ସୋ’ ଦେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ସେହି ସୁନ୍ଦର ଛୋଟ ଝିଅକୁ ମନେ ରଖିଥିବେ, ଯିଏ ‘କରିସ୍ମା କା କରିସ୍ମା’ରେ କରିସ୍ମା ଚରିତ୍ରରେ ନଜର ଆସୁଥିଲେ। ‌ଆଜି ଆପଣଙ୍କ କରିସ୍ମା ବଡ଼ ହେବା ସହ ନିର୍ବନ୍ଧ କରିଛନ୍ତି। ଆଜ୍ଞା ହଁ, କରିସ୍ମା ଓରଫ ଝନକ ଶୁକ୍ଲା ଏବେ ନିଜ ପ୍ରେମିକ ସ୍ବପ୍ନିଲ ସୂର୍ଯ୍ୟବଂଶୀଙ୍କ ସହ ନିର୍ବନ୍ଧ କରିଥିବା ଜଣାପଡ଼ିଛି। ‘କରିସ୍ମା କା କରିସ୍ମା’ ବ୍ୟତୀତ ସେ ‘କଲ୍ ହୋ ନା ହୋ’ ଫିଲ୍ମରେ ଶାହରୁଖ ଖାନ ଓ ପ୍ରୀତି ଜିଣ୍ଟାଙ୍କ ସହ ମଧ୍ୟ କାମ କରିଥିଲେ। ଏହି ଫିଲ୍ମରେ ସେ ଜିୟା କପୁର ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥି‌ବା ସହ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ୧୫ବର୍ଷ ପର୍ଯ୍ୟନ୍ତ ଝନକ ଶୁକ୍ଲା ଅଭିନୟ ଦୁନିଆରେ କାମ କରିଥିବା ବେଳେ ପରେ ସେ ଅଭିନୟ ଛାଡ଼ିଥିଲେ। ନିଜକୁ ସମୟ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଥିଲେ।ତେବେ କିଛି ବର୍ଷ ଅଭିନୟରୁ ବିରତି ନେବା ପରେ ଏବେ ଝନକ, ପ୍ରେମିକ ସ୍ବପ୍ନିଲ ସୂର୍ଯ୍ୟବଂଶୀଙ୍କ ସହ ନିର୍ବନ୍ଧ କରିଛନ୍ତି। ସ୍ବପ୍ନିଲ ସୂର୍ଯ୍ୟବଂଶୀ ଜଣେ ଫିଟନେସ୍ ଟ୍ରେନର ହୋଇଥିବା ବେଳେ କିଛି ବର୍ଷ ଧରି ସେ ଝନକଙ୍କୁ ଡେଟ୍ କରୁଥିଲେ। ତେବେ ନିର୍ବନ୍ଧ ହେବା ପରେ ଝନକ ଇନଷ୍ଟ‌ାରେ ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.