Loading...

ଜମୁଛି ଝାରସୁଗୁଡା ଉପନିର୍ବାଚନ ପ୍ରଚାର, ମଇଦାନଙ୍କୁ ଓଲହାଇବେ ବିଜେଡ଼ି ସୁପ୍ରିମୋ

ଜମୁଛି ଝାରସୁଗୁଡା ଉପନିର୍ବାଚନ ପ୍ରଚାର, ମଇଦାନଙ୍କୁ ଓଲହାଇବେ ବିଜେଡ଼ି ସୁପ୍ରିମୋ

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନ ପାଇଁ ଝାରସୁଗୁଡାରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ।

ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡା ଉପନିର୍ବାଚନ। ଏଥିନେଇ ନେଇ ପ୍ରଚାର ଆରମ୍ଭ ହୋଇଯାଇଛି। ଉପନିର୍ବାଚନ ପାଇଁ ଝାରସୁଗୁଡାରେ ଚାଲିଛି ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ବାର୍ତ୍ତା ସହ ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବାର ପ୍ରତିଶୃତି ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ।୩ ପ୍ରମୁଖ ଦଳ ନିଜ ନିଜ ରାଜନୈତିକ ଦଳଙ୍କ ସହ ପ୍ରଚାର କରୁଛନ୍ତି। ତେବେ ନିଜ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ଭୋଟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ। ଆସନ୍ତା ୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି। ତେବେ ଚୂଡାନ୍ତି କାର୍ଯ୍ୟସୂଚୀ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ। 

ତେବେ ବିଜେଡି ସୂତ୍ର ଅନୁସାରେ, ମେ’ ୧୦ତାରିଖରେ ଭୋଟଗ୍ରହଣ ଥିବାରୁ ୮ତାରିଖରେ ପ୍ରଚାର ଶେଷ ହେବ । ନବୀନ ୭ କିମ୍ବା ୮ ତାରିଖରେ ଗୋଟିଏ ଦିନ ପାଇଁ ମାରାଥନ୍ ନିର୍ବାଚନୀ ପ୍ରଚାରକୁ ଓହ୍ଲାଇବେ । ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାରକୁ ଓହ୍ଲାଇଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.