Loading...

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ: ମୋଟ ୧୪ ଜଣ ପ୍ରାର୍ଥୀଙ୍କ ଆଜିଠୁ ହେବ ପାର୍ଥୀପତ୍ର ଯାଞ୍ଚ

ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ ।

ଝାରସୁଗୁଡା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ମୋଟ ୧୪ ଜଣ ପ୍ରାର୍ଥୀ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ପରେ ଯୋଗ୍ୟ ପ୍ରାର୍ଥୀ ଚାହିଁଲେ ଆସନ୍ତା ୨୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।ଗ୍ରାଉଣ୍ଡରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି କ୍ୟାମ୍ପେନିଂ । ପ୍ରଚାରରେ ଆଗରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଆଗକୁ ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଗତକାଲି ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କରିଛି । ସେପଟେ ଭଲ ପ୍ରଦର୍ଶନ କରିବାକୁ ବିରୋଧୀ କଂଗ୍ରେସ ଓ ବିଜେପି ମଧ୍ୟ ଲାଗି ପଡ଼ିଛନ୍ତି । ଉଭୟ ଦଳ ଷ୍ଟାର ପ୍ରଚାରକ ଘୋଷଣା କରିଥିବାବେଳେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.