Loading...

ଝାରସୁଗୁଡା ଉପନିର୍ବାଚନ, ଆଜିଠୁ ପ୍ରଚାର ମଇଦାନରେ ୯ ପ୍ରାର୍ଥୀ

ଝାରସୁଗୁଡା ଉପନିର୍ବାଚନ, ଆଜିଠୁ ପ୍ରଚାର ମଇଦାନରେ ୯ ପ୍ରାର୍ଥୀ

ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିନରେ ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡ଼ିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ।

ଝାରସୁଗୁଡ଼ା ଉପନିର୍ବାଚନରେ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ।ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅନ୍ତିମ ଦିନରେ ସ୍ବାଧୀନ ପ୍ରାର୍ଥୀ ଭୁବନେଶ୍ବର ଗର୍ଡ଼ିଆ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଆଜିଠୁ ଜୋରଦାର ପ୍ରଚାର ସହିତ ଜନମତ ହାସଲ ପାଇଁ ସବୁ ଉଦ୍ୟମ କରିବେ ପ୍ରାର୍ଥୀ । ବହୁପୂର୍ବରୁ ଗ୍ରାଉଣ୍ଡରେ କ୍ୟାମ୍ପେନ ଚଳାଇଛି ବିଜେଡି ।ବିକାଶକୁ ଆଧାର କରି ବିଜେଡି ଭୋଟ ମାଗୁଥିବାବେଳେ ବ୍ୟାକଫୁଟରେ ଉଭୟ ବିଜେପି ଓ କଂଗ୍ରେସ । ଉଭୟ ଦଳର ଶହ ଶହ କର୍ମୀ ଦଳ ଛାଡ଼ି ବିଜେଡିରେ ମିଶୁଥିବାରୁ ଚିନ୍ତାରେ ପ୍ରାର୍ଥୀ ଓ ନେତା । ଏସବୁ ଭିତରେ ସମର୍ଥକଙ୍କ ସହ ଘରଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ।

ସୂଚନାନୁସାରେ, ବିଜେଡିରୁ ଦୀପାଳି ଦାସ, ଭାଜପାରୁ ଟଙ୍କଧର ତ୍ରିପାଠୀ, କଂଗ୍ରେସରୁ ତରୁଣ ପାଣ୍ଡେ, ପ୍ରଗତି ଦଳର ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହିନ୍ଦ୍ର ପଟ୍ଟନାୟକ, ସ୍ବାଧୀନ ପ୍ରାର୍ଥୀ ବିଜୟ କୁମାର ଜାଳାନ, ମହେନ୍ଦ୍ର ଲୁହା ଓ ଜ୍ଞାନେନ୍ଦ୍ର ବେହେରା ପ୍ରମୁଖ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ସ୍ପଷ୍ଟ ହୋଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.